୩୦ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଲା ବିଜେଡି, ଜାଣନ୍ତୁ ‌କେଉଁ ଜିଲ୍ଲାରେ କିଏ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ୩୦ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ବା ଇନଚାର୍ଜ ଭାବେ ନିଯୁକ୍ତ କରିଛି।  ଜିଲ୍ଲା ଦାୟିତ୍ବରେ ଥିବା ଏହି ନେତ୍ରୀମାନେ ମୁଖ୍ୟତଃ  ସାଂଗଠନିକ କାର୍ଯ୍ୟ ତଦାରଖ କରିବେ । ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା  ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏହି ନିଯୁକ୍ତିନାମା ଜାରି କରାଯାଇଛି।

ଗଞ୍ଜାମ ଜିଲ୍ଲା ପାଇଁ ଗୀତା ବସ୍ତିଆ, କେନ୍ଦୁଝର ପାଇଁ ଲୋପାମୁଦ୍ରା ବକ୍ସିପାତ୍ର, ଖୋର୍ଦ୍ଧା/ ଭୁବନେଶ୍ୱର ପାଇଁ କସ୍ତୁରୀ ମହାପାତ୍ର, ମୟୂରଭଞ୍ଜ ଜିଲ୍ଲା ପାଇଁ ଉର୍ମିଲତା ଦାସ, କଟକ ଜିଲ୍ଲା ପାଇଁ ପ୍ରଭାସିନୀ ସାରଙ୍ଗୀ, ସୁନ୍ଦରଗଡ ଜିଲ୍ଲା ପାଇଁ ଜ୍ୟୋତି ପାଣିଗ୍ରାହୀ, ରାୟଗଡା ଜିଲ୍ଲା ପାଇଁ ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱର ଜିଲ୍ଲା ପାଇଁ ଭାରତୀ ସିଂ, ନୟାଗଡ଼ ଜିଲ୍ଲା ପାଇଁ କୁଞ୍ଜଲତା ସାମଲ, ଜଗତସିଂହପୁର ଜିଲ୍ଲା ପାଇଁ ସଞ୍ଜୁକ୍ତା ମହଲା, ମାଲକାନଗିରି ଜିଲ୍ଲା ପାଇଁ ନିବେଦିତା ମହାନ୍ତି, କନ୍ଧମାଳ ଜିଲ୍ଲା ପାଇଁ ସଂଘମିତ୍ରା ଦଳେଇ, ଯାଜପୁର ଜିଲ୍ଲା ପାଇଁ ରେଜାୱାନା ବେଗମ୍‌, ସମ୍ବଲପୁର ଜିଲ୍ଲା ପାଇଁ ମୀନତି ଦେବତା, କେନ୍ଦ୍ରାପଡା ଜିଲ୍ଲା ପାଇଁ ମୀତା ରାଉତ, ବଲାଙ୍ଗୀର ଜିଲ୍ଲା ପାଇଁ ସରୋଜିନୀ ରାଜ, ଅନୁଗୁଳ ଜିଲ୍ଲା ପାଇଁ ପୁଷ୍ପାଞ୍ଜଳି ରଣା, କାଳାହାଣ୍ଡି ଜିଲ୍ଲା ପାଇଁ ସଞ୍ଜୁକ୍ତା ମହାନ୍ତି, ପୁରୀ ଜିଲ୍ଲା ପାଇଁ ସନ୍ଧ୍ୟା ବିଶ୍ୱାଳ, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରଞ୍ଜୁଲତା ରାଏ ଓ ନୂଆପଡ଼ା ଜିଲ୍ଲା ପାଇଁ ରୁନୁ ଜେନାଙ୍କୁ ଜିଲ୍ଲା ଇନ୍‌ଚାର୍ଜ ଭାବେ ନିୟୁକ୍ତି ଦିଆଯାଇଛି।

 

ସେହିପରି କୋରାପୁଟ ଜିଲ୍ଲା ପାଇଁ ମୀରା ପରିଡା, ବରଗଡ ଜିଲ୍ଲା ପାଇଁ ନିବେଦିତା ନାୟକ, ଭଦ୍ରକ ଜିଲ୍ଲା ପାଇଁ ସରୋଜିନୀ ମହାପାତ୍ର, ନବରଙ୍ଗପୁର ଜିଲ୍ଲା ପାଇଁ ସମ୍ପା ମଜୁମଦାର, ଢ଼େଙ୍କାନାଳ ଜିଲ୍ଲା ପାଇଁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଝାରସୁଗୁଡ଼ା ଜିଲ୍ଲା ପାଇଁ ସାଗରୀକା ମିଶ୍ର, ବୌଦ୍ଧ ଜିଲ୍ଲା ପାଇଁ ବାସନ୍ତୀ ସିଂ, ଦେବଗଡ଼ ଜିଲ୍ଲା ପାଇଁ ବନଜା ମହାନ୍ତି ଓ ଗଜପତି ଜିଲ୍ଲା ପାଇଁ ବାସନ୍ତୀ ମହାପାତ୍ରଙ୍କୁ ଜିଲ୍ଲା ଇନ୍‌ଚାର୍ଜ ଭାବେ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର