ବ୍ରହ୍ମବରଦା: ଘରେ ଗାଡ଼ି ଥାଇ ଆସିଛି ଜରିମାନା ଚାଲାଣ। ବିନା ହେଲମେଟରେ ଗାଡ଼ି ଚଳାଉଥିବାରୁ ଏକ ହଜାର ଟଙ୍କା ଜରିମାନା ଭରିବାକୁ ଏଥିରେ ଦର୍ଶାଯାଉଛି। ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ ସାନବାଗସାହି ଗ୍ରାମର ବାସିନ୍ଦା ତଥା ଝାଲପଡ଼ା ନାଏବ ସରପଞ୍ଚ ବେଣୁଧର ମୁଦୁଲିଙ୍କ ନାମରେ ଆସିଛି। ଗତ ରବିବାର ସନ୍ଧ୍ୟା ୭ଟା ୨୨ ରେ ଗାଡ଼ି ନମ୍ବର (ଓଡି ୦୪ ଏଲ୍‌ ୫୬୨୦) ବାଦସାହି ଆରଡି, କୁବେଇଠାରେ ବିନା ହେଲମେଟ୍‌ରେ ଚଳା ଯାଉଥିବାରୁ ଏସଆଇ ସୁବ୍ରତ କୁମାର ସାହୁ ଉକ୍ତ ଚାଲାଣ କାଟିଥିବା ଏଥିରେ ଦର୍ଶାଯାଇଛି।

Advertisment

ପ୍ରକୃତରେ ​ଗାଡ଼ିର ମାଲିକ ବେଣୁଧର ମୁଦୁଲି ସେଦିନ ଘରୁ କୁଆଡ଼େ ଯାଇ ନାହାନ୍ତି ଏବଂ ଗାଡି ଦିନ ତମାମ ଘରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏନେଇ ଆଜି ସେ ଯାଜପୁର ଆର୍‌ଟିଓ କାର୍ଯ୍ୟାଳୟ ଓ ଯାଜପୁର ସଦର ଥାନା ଯାଇ ଆଲୋଚନା କରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।