ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍‌ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଇକମାଳ: ପାଇକମାଳ ବ୍ଲକ୍‌ ମାଣ୍ଡୋସିଲ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଅପରାହ୍ନରେ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ପାଇକମାଳ ପଟୁ ଆସୁଥିବା ଏକ କାର୍‌ (ଓଡି୧୭-ଇ୭୦୬୦) ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ବାଇକ୍‌ ଆରୋହୀ ଛିଟିକି ପଡ଼ିଥିଲେ।

ସେମାନଙ୍କ ମଧ୍ୟରୁ କାଂସଡ଼ାର ସନ୍ତୋଷ ରାଉତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ସଦର ଡାକ୍ତରଖାନାକୁ ନିଆଯାଇଥିଲା। କାର୍‌କୁ ନୂଆପଡ଼ା ଉପଜିଲ୍ଲାପାଳ ରାମଚନ୍ଦ୍ର ଖାଡ଼ିଆ ନିଜେ ଚଳାଉ ଥିଲେ। ଦୁର୍ଘଟଣା ପରେ ‌ଉତ୍ତେଜିତ ଲୋକେ ଉପଜିଲ୍ଲାପାଳ ଶ୍ରୀ ଖାଡ଼ିଆଙ୍କୁ ଅଟକ ରଖିଥିଲେ। ପାଇକମାଳ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାଶୁଝା କରି ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ।

ସମ୍ବନ୍ଧିତ ଖବର