ମିଡ଼ିଆ ଟିମ୍ ଗଠନ କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡ଼ିଆ ଟିମ୍‌ ଗଠନ କରିଛନ୍ତି। ଏ ସଂକ୍ରାନ୍ତରେ ଦଳର ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ନିର୍ଦେଶନାମା ଜାରି କରିଛନ୍ତି। ଜାତୀୟ ମୁଖପାତ୍ର ଭାବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଡ. ଅଚ୍ୟୁତ ସାମନ୍ତ, ଡ. ଅମର ପଟ୍ଟନାୟକ (ଅର୍ଥନୈତିକ ଓ ବୈଦେଶିକ ବ୍ୟାପାର), ଡ. ସସ୍ମିତ ପାତ୍ର ଓ ଶ୍ରୀମତୀ ଶର୍ମିଷ୍ଠା ସେଠୀଙ୍କୁ ଦାୟିତ୍ବ ଦିଆଯାଇଛି।

ସେହିଭଳି ଦଳୀୟ ମୁଖପାତ୍ର ତାଲିକାରେ ଦଳର ବରିଷ୍ଠ ନେତା ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ଡା. ରାସେଶ୍ବରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡ. ଲେନିନ୍‌ ମହାନ୍ତି, ସଂଜୟ ବାବୁ, ସୁ‌ଲତା ଦେଓ, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ, ଡ. ହରିଶ ଚୌଧୁରୀଙ୍କୁ ନାମ ରହିଛି। ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଲାଗି ଉଦ୍ଦିଷ୍ଟ ପ୍ୟାନେଲିଷ୍ଟ ତାଲିକାରେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ୍‌ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇସ୍‌ପିତା ସାହୁ, ଜୋସ୍ନାମୟୀ ପରିଡ଼ା, ସୋଫିଆ ଆଲାମ୍‌, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ୍‌ ମଲିକ୍‌, ଛବି ମହାଲି, ମହିକ୍ଷୀତା ମିଶ୍ର ଓ ସ୍ମୃତି ନନ୍ଦଙ୍କ ନାମ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର