ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ବିଧାନସଭାରେ ବିଜେପିର ସଦସ୍ୟାମାନେ ବିଧାନସଭାରେ ପୁଣି ହୋହଲ୍ଲା କରିଥିଲେ। ଏହାପରେ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।
ବିଧାନସଭା ଭିତରେ ପ୍ରତିବାଦ କରୁଥିବା ବିଜେପି ଏବେ ଗୃହ ବାହାରେ ମଧ୍ୟ ଭିନ୍ନ ଶୈଳୀରେ ପ୍ରତିବାଦ କରିଛନ୍ତି। ଆଉ ଏଥିପାଇଁ ବିଜେପି ବିଧାୟକ ମାନେ ପିଏମଜି ଯାଇଛନ୍ତି। ଯେଉଁଠି ପୋଷ୍ଟ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇବେ ବିରୋଧୀ ବିଜେପି ସଦସ୍ୟ। ଆଉ ଚିଠିରେ ମମିତା ଭଳି ଅନେକ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରିବେ ବୋଲି କହିଛନ୍ତି ବିଜେପି ବିଧାୟକ। ଆଉ ଉତ୍ତର ନ ମିଳିଲେ ଓଡ଼ିଶାବାସୀଙ୍କ ବିଶ୍ୱାସ ପ୍ରତି ମୁଖ୍ୟମନ୍ତ୍ରୀ କୁଠାରଘାତ କରୁଥିବା ନେଇ ବାର୍ତ୍ତା ମିଳିବ ବୋଲି କହିଛି ବିରୋଧୀ ବିଜେପି।
ଏହାଛଡ଼ା ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭାକୁ ଆସୁନାହାନ୍ତି ତାକୁ ନେଇ ପ୍ରଶ୍ନ କରିଛି ବିଜେପି। ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାୱାରୀ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ କାହିଁକି ଆସୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ଏହାବାଦ୍ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହେଉଥିଲେ ମଧ୍ୟ ଏହାକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏହାସହ ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ଯେଉଁ ସର୍ବଦଳୀୟ ବୈଠକ ଡକାଯିବା କଥା, ତାହା ହେଉନାହିଁ ବୋଲି କହିଛି ବିଜେପି। ତେଣୁ ଗୃହ ଅଚଳ ପାଇଁ ଶାସକ ଦଳ ଦାୟୀ ବୋଲି କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ।
ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି। ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ। ଆଉ ବାରମ୍ବାର ହଟ୍ଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି।
ଗୃହ ମୁଲତବୀ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବେ ବିଜେପି ବିଧାୟକ
ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭାକୁ ଆସୁନାହାନ୍ତି? ପ୍ରଶ୍ନ କଲେ ବିରୋଧୀ ସଦସ୍ୟ
/sambad/media/post_attachments/wp-content/uploads/2021/12/BJP-MlAs-Letter-to-CM_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)