ବିଜେପିର ୩୦୯ ଜଣିଆ ରାଜ୍ୟ କମିଟି, ନୂଆ ଟିମ୍‌କୁ ନେଇ କାମ କରିବେ ନୂଆ ସଭାପତି

୬ ଛାମୁଆ ସଂଗଠନର ମୁଖ୍ୟ ବଦଳିଲେ

ଭୁବନେଶ୍ବର: ବିଜେପିର ନୂଆ ରାଜ୍ୟ କମିଟି ଆଜି ଘୋଷଣା ହୋଇଛି। ଗତ ଜାନୁଆରି ୧୬ ତାରିଖରେ ସମୀର ମହାନ୍ତି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲା ପରେ ଆଜି ତାଙ୍କ ନୂଆ ଟିମ୍ ଗଠନ ହୋଇଛି। ମୋଟ୍ ୩୦୯ ଜଣଙ୍କୁ ବିଭିନ୍ନ ପଦପଦବିରେ ରଖାଯାଇଛି। ସବୁ ଛାମୁଆ ସଂଗଠନରେ ନୂଆ ନେତୃତ୍ବଙ୍କୁ ସୁଯୋଗ ମିଳିଛି। ନୂଆ ଟିମ୍‌ରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୯ ଜଣ ସମ୍ପାଦକ ଓ ୧୦ ମୁଖପାତ୍ରଙ୍କୁ ରଖାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନକ୍ରମେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସଦସ୍ୟମାନଙ୍କ ନାମ ଘୋଷଣା କରିଛନ୍ତି।

 

ଉପସଭାପତି ଭାବେ ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ଅନିତା ଶୁଭଦର୍ଶିନୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ ରବି ନାୟକ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ(ସଂଗଠନ) ଭାବେ ମାନସ କୁମାର ମହାନ୍ତି, ସମ୍ପାଦକ ଭାବେ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଇ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ ଓ ଶର୍ମିଷ୍ଠା ମେହେର, କୋଷାଧ୍ୟକ୍ଷ ଭାବେ ସୁଦର୍ଶନ ଗୋୟଲଙ୍କୁ ନିଯୁକ୍ତି ମିଳିଛି। ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ ଇରାଶିଷ ଆଚାର୍ଯ୍ୟ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚାର ସଭାପତି ଭାବେ ପ୍ରଦୀପ ପୁରୋହିତ, ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଭାବେ ବିଶ୍ବେଶ୍ବର ଟୁଡ଼ୁ, ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭାବେ ବିଭୁ ପ୍ରସାଦ ତରାଇ ଓ ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଭାବେ ସିକନ୍ଦର ଅଲ୍ଲୀଙ୍କୁ ନିଯୁକ୍ତି ଦିଆଯାଇଛି। ୧୦ ଜଣ ନବନିଯୁକ୍ତ ମୁଖପାତ୍ର ହେଲେ ସୁଦୀପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ, ଠାକୁର ରଣଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଭାବେ ଦେବେନ୍ଦ୍ର ନନ୍ଦ ନିଯୁକ୍ତି ପାଇଛନ୍ତି। ଏହା ବାଦ୍ ରାଜ୍ୟ କାର୍ଯ୍ୟକାରିଣୀରେ ୭୫ ଜଣଙ୍କୁ ସଦସ୍ୟ ରଖାଯାଇଛି। ରାଜ୍ୟ କମିଟିରେ ୧୬୧ ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରଖାଯାଇଥିଲା ବେଳେ ୩୦ ଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର