କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ପାରାଦୀପ ନିକଟ ଏକ ଫେରି ଘାଟରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ବାହାକୁଦ ପଟକୁ ଆସୁଥିଲା। ତେବେ ମହାନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାସିଯାଇଥିଲା ଏହି ଘାଟଟି ବଙ୍ଗୋପସାଗର କୂଳରେ ଥିବାରୁ ପ୍ରାୟ ୪ କିମି ମୁହାଣ ନିକଟକୁ ଚାଲିଯାଇଥିଲା। ମହାକାଳପଡା ବିଡିଓ ତତ୍କ୍ଷଣାତ ଖବରପାଇ ମେରାଇନ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମେରାଇନ ପୁଲିସ ଘଟଣାସ୍ଥଳକୁ ଯାଇ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।
ଏ ସଂକ୍ରାନ୍ତରେ ଏସଆରସି ପ୍ରଦୀପ ଜେନା ଟୁଇଟ୍ କରି କହିଛନ୍ତି ଯେ, ଏତେ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ଭାସିଯିବା ପରେ ମେରାଇନ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉଦ୍ଧାର ଯାତ୍ରୀଙ୍କୁ ଖରିନାସି ଓ ବାହାକୁଦ ଜେଟିକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/3-14.jpg)