ବୁର୍ଲା: ବୁର୍ଲା ସହରର ପୁଣି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସହରର କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିକଟରେ ଏକ ନବଜାତ ଶିଶୁର ମୃତଦେ ଉଦ୍ଧାର କରାଯାଇଛି। ମୃତଦେହକୁ ଅଳ୍ପ ମାଟି ଦେଇ ପୋତି ଦେଇଥିବା ବେଳେ ଶିଶୁର ଗୋଡ଼ ଦୁଇଟି ବାହାରକୁ ଦେଖାଯାଉଥିଲା।
ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଂଚି ଶିଶୁଟିର ମୃତଦେହକୁ ଉଦ୍ଧାର କରି ଶବଗୃହରେ ରଖିଛି। କିଏ ଏହି ସ୍କୁଲ୍ ନିକଟରେ ଏହି ମୃତଦେହ ପୋତିଲା, ସେନେଇ ପୁଲିସ ତଦନ୍ତ କରୁଛି। କେନ୍ଦ୍ରୀୟ ବିଦ୍ୟାଲୟ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଫୁଟେଜ ଆଣି ପୁଲିସ ଶିଶୁର ଶବ ପୋତିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି। କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟରେ ସେହି ସମୟରେ ଡିୟୁଟିରେ ଥିବା ସୁରକ୍ଷାକର୍ମୀ କାଳେ କିଛି ଦେଖିଥିବାର ଅନୁମାନ କରି ପୁଲିସ ସୁରକ୍ଷା କର୍ମୀଙ୍କୁ ମଧ୍ୟ ପଚରାଉଚୁରା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat-1.jpg)