ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ପଞ୍ଚାୟତ ନିକେଶଯୋର ଗ୍ରାମର ଉଦୟନାଥ ନାଏକ (୬୨) ମଙ୍ଗଳବାର ଇନ୍ଦ୍ରାବତୀ ନଦୀରେ ଭାସି ନିଖୋଜ ଥିଲେ। ବୁଧବାର ଉଦୟନାଥଙ୍କ ଶବକୁ ନଦୀରୁ ଉଦ୍ଧାର କରାଯାଇଛି। ଥୁଆମୂଳ ରାମପୁରରୁ ନିଜ ଘରକୁ ଫେରୁଥିବା ସମୟରେ ଇନ୍ଦ୍ରାବତୀ ନଦୀର କାଠକୁରା-ନିକେଶଯୋର୍ ଘାଟ ପାରି ହେବା ବେଳେ ଏହି ଅଘଟଣ ଘଟିଥିଲା।
ଦମକଳ ବିଭାଗ କର୍ମଚାରୀ ଆଜି ଖୋଜାଖୋଜି କରିବା ପରେ ବୃଦ୍ଧ ଉଦୟନାଥଙ୍କ ଶବ ମିଳିଥିଲା। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)