ଲାଞ୍ଜିଗଡ଼: ଆମ୍ବୁଲାନ୍ସ ମିଳିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ହାତରେ ଟଙ୍କା ନଥିଲା। ଶେଷରେ ଶବକୁ ଡାକ୍ତରଖାନାରୁ ବାଇକ୍ରେ ବୋହିନେଲେ ପରିଜନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଲାଞ୍ଜିଗଡ଼ ବ୍ଲକ୍ ପୁନିଗୁଡ଼ା ଗାଁର ନନ୍ଦ ମାଝୀଙ୍କ ୧୨ ବର୍ଷର ଝିଅ ରୋଗାକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା। ଶବ ଘରକୁ ନେବା ପାଇଁ ପରିଜନମାନେ ଆମ୍ବୁଲାନ୍ସ ଖୋଜାଖୋଜି କରିଥିଲେ। ହେଲେ ଆମ୍ବୁଲାନ୍ସ ମିଳି ନଥିଲା। ଅର୍ଥାଭାବ ଯୋଗୁଁ ସେମାନେ ବେସରକାରୀ ଆମ୍ବୁଲାନ୍ସ ବା କୌଣସି ଯାନବାହନ ମଧ୍ୟ ଯୋଗାଡ଼ କରିପାରି ନଥିଲେ। ଶେଷରେ ନିଜ ବାଇକ୍ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପ୍ରାୟ ୧୨ କିଲୋମିଟର ଦୂର ଝିଅର ମୃତଦେହକୁ ବୋହି ଗାଁ’କୁ ଆଣିଥିଲେ। ଏ ନେଇ ଡାକ୍ତରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା।
ବାଇକ୍ରେ ବୋହିଲେ ନାବାଳିକାଙ୍କ ଶବ
ଆମ୍ବୁଲାନ୍ସ ମିଳିଲାନି। ଘରୋଇ ଆମ୍ବୁଲାନ୍ସ ପାଇଁ ହାତରେ ଟଙ୍କା ନଥିଲା। ଶେଷରେ ଶବକୁ ଡାକ୍ତରଖାନାରୁ ବାଇକ୍ରେ ବୋହିନେଲେ ପରିଜନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ।