ଡମଶାଳ ନାଳରୁ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

କାଳିଆପାଣି: କାଳିଆପାଣି ପୁଲିସ ପକ୍ଷରୁ ଆସି ସଂଧ୍ୟାରେ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗପାଳ ଗାଁ ପାଖ ଡମଶାଳ ନାଳରୁ ଜନୈକ ଟ୍ରକ୍‌ ଡ୍ରାଇଭରଙ୍କ ମୃତ‌ଦେହ ଉଦ୍ଧାର କରାଯାଇଛି। ମୃତକ ରାମ ମେରେଲ(୪୮) ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ୬/୨୩ ରୁଜୁ କରାଯାଇଛି।

ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ଶବ ପଠାଯିବ ବୋଲି ପୁଲିସ କହିଛି। ମୃତକଙ୍କ ଘର ବନ୍ଧଗାଁରେ। ସେ ତାଙ୍କ ପ୍ରଥମ ପତ୍ନୀ ଓ ପିଲାଛୁଆଙ୍କୁ ଛାଡ଼ି ଗତ କିଛିଦିନ ଧରି ଗୁରୁଜଙ୍ଗପାଳ ଗାଁର ଜଣେ ବିଧବା ମହିଳାଙ୍କ ଘରେ ରହିଆସୁଥିଲେ ବୋଲି ଗ୍ରାମବାସୀ କହନ୍ତି। ଆଜି ଅପରାହ୍ଣରେ ସ୍ନାନଶୌଚ ପାଇଁ ରାମନାଳକୁ ଯାଇଥିଲେ। ତାଙ୍କ ଲୁଗାପଟା ସଫାକରି ଏସବୁକୁ ପାଖରେ ଶୁଖାଇଥିଲେ। ନାଳ ମଧ୍ୟରେ ଥିବା ୨ଟି ବଡ଼ ପଥର ମଧ୍ୟବର୍ତ୍ତୀ ସ୍ଥାନରେ ତାଙ୍କ ମୃତଦେହ ଠାବ ହୋଇଥିଲା। ତାଙ୍କ ମୁଣ୍ଡ ପଛଭାଗରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe