ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
ଉମରକୋଟ: ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର। ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଖୁଟିଆରିଗୁଡା ଗ୍ରାମକୁ ଲାଗି ଥିବା ନୀଳଗିରି ଜଙ୍ଗଲରେ ଏକ ଅଚିହ୍ନା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ଆଜି ପ୍ରାୟ ସକାଳ ୯ଟା ସମୟରେ କିଛି ଲୋକ ଏହା ଦେଖିବା ପରେ ସୁନାବେଡ଼ା ସରପଞ୍ଚ ଖଗପତି ଭତରାଙ୍କୁ ଖବର ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସରପଞ୍ଚ ଖବର ପାଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଶବକୁ ଜବତ କରିଛି। ଅପରପକ୍ଷେ ଘଟଣାର ଅଧିକ ତଦନ୍ତ ପାଇଁ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କୁ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପାଇଁ ଉମରକୋଟ ଥାନା ଅଧିକାରୀ ଲିଖିତ ଭାବରେ ଲେଖି ଜଣାଇଛନ୍ତି। ଉମରକୋଟ ଥାନା କେସ ନଂ ୬୦ରେ ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି।