ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ଅଁଳାପାଲି ଗାଁ ନିକଟ ଏକ ପୋଖରୀରେ ରବିବାର ଗାଁର ପ୍ରତାପ ମେହେର (୨୫)ଙ୍କ ମୃତଦେହ ଭାସୁଥିବାର ଗାଁଲୋକେ ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରୁ ପ୍ରତାପଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ତେବେ ସେଠାରେ ପ୍ରତାପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇ ବାଉଁଶୁଣି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏନେଇ ବାଉଁଶୁଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଏନ୍. ଆର୍. ପ୍ରଧାନ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc.jpg)