ଧନକଉଡ଼ା : ବୁର୍ଲା ଥାନା ବୈଜାମୁଣ୍ଡା ଗ୍ରାମ ରଜାକଟା (ପୋଖରୀ)ରୁ ଗୁରୁବାର ସକାଳେ ସେହିଗ୍ରାମର ଗ୍ରାମର ଆନନ୍ଦ ମଲ୍ଲିକ (୪୨ ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ସେ ବୁଧବାର ରାତି ପ୍ରାୟ ୧୦ଟାରେ ରଜାକଟାକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଗୋଶାଳା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବୁର୍ଲା ଡାକ୍ତରଖାନାକୁ ଡାକ୍ତର ମାଇନା ପାଇଁ ପଠାଇଥିଲେ। ତେବେ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଆନନ୍ଦଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/drowned.jpg)