ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର: ଆନନ୍ଦପୁର ଥାନା କଣ୍ଟିପାଳ ନାଳ କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ସ୍ଥାନୀୟ ମହାପାତ୍ରସାହିର ଚିତ୍ତରଂଜନ ନାୟକ(୨୬)। ଗତ ୨୦ ତାରିଖ ସକାଳୁ ଚିତ୍ତରଂଜନ ଘରୁ ଆସିବାପରେ ନିଖୋଜ ଥିଲେ।

ଆଜି ତାଙ୍କ ମୃତଦେହ ନାଳକୂଳରେ ଭାସୁଥିବା ଦେଖିବ‌ାପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର