ହିଞ୍ଜିଳିକାଟୁ: ଆସିଲାନି ମହାପ୍ରୟାଣ ଗାଡ଼ି। ଶେଷରେ ଡାଲା ଅଟୋରେ ବୁହା ହେଲା ମହିଳାଙ୍କ ଶବ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବ୍ଲକ୍ ଅଧୀନ ନନ୍ଦିକ ଗ୍ରାମ ପାଢ଼ୀସାହିର କନକ ସାହୁ (୭୫) ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ଆଜି ହଠାତ୍ ସେ କିଡ୍ନିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଂଗେ ସଂଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ସକାଳ ୯ଟାରେ ଅଣାଯାଇଥିଲା। ମାତ୍ର ଏକ ଘଣ୍ଟା ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପରିବାରବର୍ଗ ଶବ ନେବାକୁ ମହାପ୍ରୟାଣ ଗାଡ଼ି ସହ ଯୋଗାଯୋଗ କରିଥିଲେ। କିନ୍ତୁ ଗାଡ଼ି ନଆସିବାରୁ ୩ ଘଣ୍ଟା ପରେ ତାଙ୍କ ଶବକୁ ଡାଲା ଅଟୋରେ ନିଆଯାଇଥିଲା। ଏହି ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା। ଗ୍ରାମକୁ ନିଆଯାଇ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା। କରୋନା ମହାମାରୀ ସନ୍ଦେହରେ ଶବ ନେବାକୁ ବିଭିନ୍ନ ଆମ୍ବୁଲାନ୍ସ୍ ପଛଘୁଞ୍ଚା ଦେଉଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଉଛି।
ଆସିଲାନି ମହାପ୍ରୟାଣ ଗାଡ଼ି, ଡାଲା ଅଟୋରେ ବୁହା ହେଲା ଶବ
/sambad/media/post_attachments/wp-content/uploads/2020/07/dgjgdj7dgj87dgj98d7g98dgjgjgjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)