କରୋନାରେ କରୁଣ ଚିତ୍ର: ପରିବାରଙ୍କୁ ନ ଜଣାଇ ଶବ ଜାଳିଦେଲେ

ଶବ ଫେରାଇ ଦେବା ଦାବିରେ ଏନଏଚ ଅବରୋଧ, ଉତ୍ତେଜନା

ରାଉରକେଲା: କରୋନାରେ କରୁଣ ଚିତ୍ର l କରୋନାରେ ମୃତ୍ୟୁବରଣ କରିଥିବା ଯୁବକ ପରିବାରକୁ ନ ଜଣାଇ ଶବ ଜାଳିଦେଲେ ହାଇଟେକ ହସ୍ପିଟାଲ ଦାୟିତ୍ୱରେ ଥିବା କର୍ମଚାରୀ l ଏମିତି ଅଭିଯୋଗ ଆଣିଛନ୍ତି ରାଉରକେଲା ବନ୍ଧମୁଣ୍ଡାର ଏକ ପରିବାର l ଶବ ଫେରାଇ ଦେବା ପ୍ରତିବାଦରେ ଆଜି ସକାଳ ଛଅଟାରେ ପରିବାର ଓ ସମ୍ପର୍କୀୟ ପାନପୋଷ ଗାନ୍ଧୀ ଛକରେ ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେl ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l
ହାଇଟେକର କିଛି କର୍ମଚାରୀ ପହଞ୍ଚି ପରିବାର ଲୋକଙ୍କ ସହ ପାଟିତୁଣ୍ଡ କରିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା l ଶବ ନ ଫେରାଇବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ପରିବାର ଲୋକ ଜିଦ ଧରିଥିଲେl ପାନପୋଷ ଏସ୍ଡ଼ିପିଓ ଶାନ୍ତ ନୂତନ ସାମଦ, ରଘୁନାଥପାଲି ପୁଲିସ ପହଞ୍ଚି ଉତ୍ତେଜିତ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ସକାଳ ସାଢେ 7ଟାରେ ରାସ୍ତାରୋକୋ ହଟିଥିଲା l ବନ୍ଧମୁଣ୍ଡାର ଦିଲୀପ ସାହା କରୋନା ଆକ୍ରାନ୍ତ ହୋଇଥିଲେ l ଗତ ଦୁଇ ଦିନ ତଳେ ଚିକିତ୍ସା ପାଇଁ ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l ଦାୟିତ୍ୱରେ ଥିବା ଅଧିକାରୀ ଏ ସଂକ୍ରାନ୍ତରେ ପରିବାର ଲୋକଙ୍କୁ ନ ଜଣାଇ ଶବ ଜାଳି ଦେଇଥିଲେl ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ଦିଲୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ l କାହିଁକି ନ ଜଣାଇ ଶବ ଜାଳେଦେଲେ ପଚାରିବାରୁ କେହି ଶୁଣି ନ ଥିଲେ l

ସମ୍ବନ୍ଧିତ ଖବର