କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ କୁମାରକାନୀ ଗ୍ରାମରେ ଜଣେ ନବବିବାହିତା ଅଷ୍ଟମଙ୍ଗଳାରେ ବାପଘରକୁ ଆସି ପୂର୍ବତନ ପ୍ରେମିକ ସହ ଚମ୍ପଟ ମାରିଛନ୍ତି। ସୂଚନା ଅନୁସାରେ, କୁମାରକାନୀର ସମ୍ପୃକ୍ତ ଯୁବତୀଙ୍କ ବାହାଘର ଗତମାସ ୨୮ ତାରିଖ ବୌଦ୍ଧ ଜିଲ୍ଲା ଛତରଙ୍ଗ ନିକଟ ଚନ୍ଦ୍ରମଣି ବେହେରାଙ୍କ ପୁଅ ବାନାମ୍ବରଙ୍କ ସହିତ ଅନୁଷ୍ଠିତ ହୋଇଥିଲା।
ତେବେ ମାର୍ଚ୍ଚ ୧୨ତାରିଖ ଅଷ୍ଟମଙ୍ଗଳା ପାଇଁ ନିଜ ଗାଁ କୁମାରକାନୀକୁ ଆସିଥିଲେ ସମ୍ପୃକ୍ତ ନବବଧୂ। ସେହି ଗାଁ’ରେ ଥିବା ତାଙ୍କ ପୂର୍ବତନ ପ୍ରେମିକ ହରେକୃଷ୍ଣ ଜାଲଙ୍କ ସହ କେଉଁଆଡ଼େ ଚାଲି ଯାଇଛନ୍ତି। ଏ ସମ୍ପର୍କରେ ତାଙ୍କ ବାପା ମଙ୍ଗଳବାର ସନ୍ଧ୍ୟାରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଅନୁସନ୍ଧାନ ଚଳାଇଥିବା ଥାନାଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/15-10.jpg)