ଭୁବନେଶ୍ବର : ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଆଜି ଏହି ଚିଠା ବଜେଟ୍ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥର ବଜେଟ୍ର ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଥିବା ସୂଚନା ମିଳିଛି। ଗତ ଆର୍ଥିକ ବର୍ଷ ଠାରୁ ଏହା ୧୫% ଅଧିକ। ବଜେଟ୍ରେ କୃଷି, ଜଳସେଚନ, ଶିକ୍ଷାକୁ ଫୋକସ୍ରେ ରଖାଯାଇଛି। ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାରୁ ଏ ସମ୍ପର୍କରେ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇ ନାହିଁ। ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ୨୦୨୩-୨୪ ବଜେଟ୍ ଏହି ସରକାରର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp