ବୌଦ୍ଧ/ହରଭଙ୍ଗା: ରୋଗୀଙ୍କୁ ନେଇ ଆସୁଥିବା ଏକ ବସ୍ ସୋମବାର ଭୋର୍ରେ ଭାରସାମ୍ୟ ହରାଇ ୫୭ନଂ ଜାତୀୟ ରାଜପଥର ପୋଲ ବାଡ଼କୁ ଧକ୍କା ଦେଇଛି। ଧକ୍କା ପରେ ବସ୍ରେ ନିଆଁ ଲାଗି ପୋଡ଼ି ଯାଇଛି। ବସ୍ରେ ଥିବା ୨୯ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ନିକଟସ୍ଥ ଚାନ୍ଦପୁର କୁହୁଡ଼ିରେ ଥିବା ସାଇ ସଦନ ଚିକିତ୍ସାଳୟ ପକ୍ଷରୁ ବିଜୁ ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ନିଆଯାଇଥିଲା। ଚିକିତ୍ସା ପ​ରେ ବୌଦ୍ଧ, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ​​ରୋଗୀଙ୍କୁ ଛାଡ଼ିବା ପାଇଁ ବସ୍ ଆସୁଥିଲା। ବୌଦ୍ଧ-ନୟାଗଡ଼ ସୀମାନ୍ତ ଫାଲପାଜୁ ଗ୍ରାମ ନିକଟ ଜଙ୍ଗଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନିଆଁ ଲାଗିବା ପରେ ଆହତ ହୋଇଥିବା ଯାତ୍ରୀମାନେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2023/01/4-23.jpg)
ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆହତଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲାର ସୁରେଶ ବେହେରା, ଶ୍ରୀନିବାସ ଅର୍ଜିଆଲ, ନୃସିଂହ ଚନ୍ଦ୍ର ନାୟକ, ମହାଦେବ ଅର୍ଜିଆଲ, କିଶୋର କହଁର, କନ୍ଧମାଳ ଜିଲ୍ଲା ଖୋଟାପାଜି ଗ୍ରାମର ଉର୍ମିଳା ଦେହୁରୀ, ବୌଦ୍ଧ ବ୍ଲକ୍ ବହିରା ଗ୍ରାମର ଭାବନୀ ରଣାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/3-22.jpg)