କୁଚିଣ୍ଡା: ବସ୍ରେ ଯାଉଥିବା ବେଳେ ଜଣେ ଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ମହୁଲପାଲି ଥାନା ଗୋଛରା ଗାଁର ଇଗ୍ନେସ୍ ଖଡ଼ିଆ (୪୦ ବର୍ଷ) ବୋଲି ଜଣାଯାଇଛି।
ଇଗ୍ନେସ୍ ସମଲେଶ୍ବରୀ ବସ୍ରେ ଝାରସୁଗୁଡ଼ାରୁ କୁଚିଣ୍ଡା ଆସୁଥିଲେ। ସେ ସାଇଡ୍ ସିଟ୍ରେ ବସିଥିବା ବେଳେ ଶୋଇ ପଡ଼ିଥିଲେ। ସକାଳ ପ୍ରାୟ ୧୦ଟାରେ କୁଚିଣ୍ଡାରେ ବସ୍ଟି ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ। ତେବେ ଇଗ୍ନେସ୍ ଗାଡ଼ିରୁ ନ ଓହ୍ଲାଇବାରୁ କଣ୍ଡକ୍ଟର ତାଙ୍କ ପାଖକୁ ଯାଇ ଦେଖିବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହା ପରେ କଣ୍ଡକ୍ଟର ବସ୍ ମାଲିକ ସଂଘ ଓ ପୁଲିସକୁ ଖବର ଦେଇଥିଲେ। ବସ୍ କର୍ମଚାରୀ ସଂଘର କର୍ମଚାରୀ ଓ କାଉନସିଲ ନବୀନ ହୋତା ପ୍ରମୁଖ ଡାକ୍ତରଖାନାର କର୍ମଚାରୀମାନଙ୍କ ସହିତ ଯୁବକକୁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। କୁଚିଣ୍ଡା ପୁଲିସ ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। ଶବ ବ୍ୟବଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।