ଡିସେମ୍ବର ୧୦ରେ ଧାରଣା ଦେବେ ବସ୍‌ ମାଲିକ

ଭୁବନେଶ୍ବର: ବସ୍‌ମାଲିକ ସଂଘର ୧୦ ଦଫା ଦାବି ପୂରଣ ନ ହେବାରୁ ଆସନ୍ତା ଡିସେମ୍ବର ୧ରୁ ପରିବହନ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟ ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ତୃତୀୟ ପକ୍ଷକୁ ବସ ପରମିଟ୍‌ ହସ୍ତାନ୍ତର, ଦିନବେଳା ସ୍ଲିପର ବସ ଚଳାଚଳ ଅନୁମତି, ମଙ୍ଗୁଳି-ସମ୍ବଲପୁର ଓ ବଲାଙ୍ଗୀର-ବରଗଡ଼ ରାସ୍ତା ସ୍ଥିତିରେ ସୁଧାର ଆଣିବା ଭଳି ଦାବି ପୂରଣ ନେଇ ପରିବହନ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ହୋଇନାହିଁ। ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ଦାବି ପୂରଣ ନ ହେଲେ ଡିସେମ୍ବର ୧ରୁ ଧାରଣା ଦିଆଯିବ ବୋଲି ସଂଘ କହିଛି।

ସମ୍ବନ୍ଧିତ ଖବର