ବଲାଙ୍ଗୀର : ବଲାଙ୍ଗୀର ନୂତନ ବସ୍ ଟର୍ମିନାଲ ସଫେଇ କର୍ମଚାରୀ ଆସୁ ନାହାନ୍ତି। କାରଣ ବସ୍ ଟର୍ମିନାଲ ସଫାସୁତୁରା ଦାୟିତ୍ବ ନେଇଥିବା କମ୍ପାନି କାମ ଛାଡ଼ିଦେଇଛି। ନୂଆ କମ୍ପାନିକୁ ଓଏସ୍ଆର୍ଟିସି ଦାୟିତ୍ୱ ଦେବାରେ ବିଳମ୍ବ କଲାଣି। ଏଣୁ ଠିକ୍ ଭାବେ ସଫେଇ ହେଉନଥିବାରୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଗୁରୁବାର ଦିନ ସଫେଇ କରାଯାଇଛି।
ସୂଚନା ଅନୁସାରେ, ବସ୍ ଟର୍ମିନାଲକୁ ଟେଣ୍ଡର ନେଇଥିବା କମ୍ପାନିର ଅବଧି ସରିଯାଇଥିବାରୁ କମ୍ପାନି ପକ୍ଷରୁ କାମ କରୁଥିବା କର୍ମଚାରୀମାନଙ୍କୁ କାମକୁ ନ ଆସିବା ପାଇଁ କୁହାଯାଇଛି। ଫଳରେ ଅଳିଆ ଆବର୍ଜନା ବସ୍ ଟର୍ମିନାଲରେ ପଡ଼ିରହିଥିଲା। ଓଏସ୍ଆର୍ଟିସି କୌଣସି ପଦକ୍ଷେପ ନନେବାରୁ ଘରୋଇ ବସ୍ ମାଲିକ ସଂଘ ଏକ ବୈଠକ କରି ବସ୍ ଟର୍ମିନାଲର ବ୍ୟବସ୍ଥା ଠିକ୍ ନହେବା ଯାଏଁ ଘରୋଇ ବସ୍ ମାଲିକ ସଂଘ ସଫେଇ ଅଭିଯାନ ଜାରି ରଖିବ ବୋଲି କହିଛି। ଅତିଶୀଘ୍ର ବସ୍ ଟର୍ମିନାଲରେ ସଫେଇ ବ୍ୟବସ୍ଥା ସାଙ୍ଗକୁ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ଦାବି କରିଛି।