ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଇତିହାସ ୭୩ ବର୍ଷ ପୁରୁଣା। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ, ମହାବିଷୁବ ସ˚କ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର ଶୁଭାରମ୍ଭ କରିଥିଲେ। ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ଥିଲା। ରାମପୁର-ଭରତପୁର ସ˚ରକ୍ଷିତ ଜଙ୍ଗଲରେ ରାଜଧାନୀ ପାଇଁ ନିରୁପିତ ସ୍ଥାନ ମୁଖ୍ୟତଃ ଚନ୍ଦକା-ଡମପଡ଼ା ଘନ ଜଙ୍ଗଲର ଅ˚ଶବିଶେଷ ଥିଲା। ଏଠି ଭରି ରହିଥିଲା କୋଚିଲା, ଜାମୁ, ଆମ୍ବ, ପଣସ, ପିଆଶାଳ, ଧଉରା ଓ ବାଉଁଶ ଗଛର ବଣ। ଗହଳିଆ ଆମ୍ର କୁଞ୍ଜରେ ପରିପୂର୍ଣ୍ଣ ଆଜିର ପୁରୁଣା ଭୁବନେଶ୍ବର ଓ ତାର ଆଖପାଖ ଅଞ୍ଚଳକୁ ଏକାମ୍ର ନଗରୀ କୁହାଯାଉଥିଲା। ଆଧୁନିକ ଭୁବନେଶ୍ବର ସହରର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନର ପ୍ରସିଦ୍ଧ ସ୍ଥପତି ‘ଅଟୋ କନିସ୍ବର୍ଗର’। ସେ ମଧୢ ପରିକଳ୍ପନା କରିଥିଲେ ଚଣ୍ତୀଗଡ଼ ସହରର ନକ୍ସା। ଯୋଜନାବଦ୍ଧ ଭାବରେ ବିକଶିତ ହେବାକୁ ଥିବା ଭାରତର କେତୋଟି ସହର ମଧୢରୁ ଭୁବନେଶ୍ବର ଥିଲା ଅନ୍ୟତମ। ୧୯୪୯ ମସିହା ଅଗଷ୍ଟ ମାସରେ କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ହେଲା। ପରବର୍ତ୍ତୀ ସମୟରେ ଭୁବନେଶ୍ବରର ବିକାଶ ଯୋଜନା ଆଧାରିତ ହେଲା ନାହିଁ।
ନିକଟରେ ଏଲ୍.ଜି ସର୍ଭେ ଦ୍ବାରା ୨୦୧୯ ମସିହା ପାଇଁ ଭାରତର କେତେକ ମୁଖ୍ୟ ସହରମାନଙ୍କର ତାଲିକା ପ୍ରକାଶ ପାଇଥିଲା। ସେଥିରେ ଚଣ୍ତୀଗଡ଼ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନରେ ଥିଲା। ୯୮ ସ୍କୋର ରଖି ଭୁବନେଶ୍ବର ନବମ ସ୍ଥାନରେ ଓ ୧୧୫ ସ୍କୋର ରଖି ବେଙ୍ଗାଲୁରୁ ପଞ୍ଚମ ସ୍ଥାନରେ ଥିଲା। ଏହା ବ୍ୟତୀତ ୨୦୧୬-୧୭ ମସିହାରେ ଭାରତ ସରକାରଙ୍କର ସ୍ବଚ୍ଛ ସର୍ବେକ୍ଷଣ ସ˚ସ୍ଥା ଦ୍ବାରା ଯେଉଁ ଦଶଟି ସର୍ବାଧିକ ପରିମଳ ସହର ବଛା ଯାଇଥିଲା, ସେଥିରେ ମଧୢ ଚଣ୍ତୀଗଡ଼ ଥିଲା ପ୍ରଥମ।
ପୂର୍ବୋକ୍ତ ଦୁଇଟି ପ୍ରସଙ୍ଗ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ଉଭୟ ଚଣ୍ତୀଗଡ଼ ଓ ଭୁବନେଶ୍ବର ସହରର ନକ୍ସା ଏବ˚ ଯୋଜନା ପ୍ରସ୍ତୁତ କରିଥିବା ସ୍ଥପତି ଏକ ହୋଇଥିଲେ ମଧୢ ଚଣ୍ତୀଗଡ଼ର ବିକାଶ ଯୋଜନାବଦ୍ଧ ଭାବେ ହେଉଥିଲା ବେଳେ ଭୁବନେଶ୍ବର କ୍ଷେତ୍ରରେ ଏହା ସମ୍ଭବ ହେଲା ନାହିଁ। ଏହାର କାରଣ ହେଲା, ୧୯୭୨ ମସିହାରେ ଭୁବନେଶ୍ବର ସହରକୁ ପୌରପାଳିକା ଘୋଷଣା କଲା ବେଳେ ତା’ର ଆୟତନ ଥିଲା ୬୫.୦୩ବର୍ଗ କି.ମି। ୨୦୧୧ ବେଳକୁ ଏହାର ଆୟତନ ମାତ୍ର ୩ଗୁଣରୁ କିଛି କମ୍ ବୃଦ୍ଧି ପାଇ ୧୮୬ ବର୍ଗ କି.ମି ହୋଇଛି। କିନ୍ତୁ ଏହି ସମୟ ଭିତରେ ସହରର ଜନସ˚ଖ୍ୟା ଓ କୋଠାବାଡ଼ି ପ୍ରାୟ ୧୦ ଗୁଣ ବଢ଼ି ଯାଇଛି। ୨୦୦୧ରୁ ୨୦୧୧ ମାତ୍ର ୧୦ ବର୍ଷ ଭିତରେ ଯାନବାହନ ସ˚ଖ୍ୟା ପ୍ରାୟ ୩.୫ଗୁଣ ବଢ଼ିଛି। ଫଳରେ ଅଣଯୋଜନାବଦ୍ଧ ଭାବରେ କୋଠାବାଡ଼ି ନିର୍ମିତ ହେଲା, ରାସ୍ତାଘାଟ ଭିତ୍ତିଭୂମିର ମଧୢ ଆବଶ୍ୟକ ମତେ ବୃଦ୍ଧି କରାଗଲା ନାହିଁ।
ଭୁବନେଶ୍ବର ସହରର ବାୟୁ ପ୍ରଦୂଷଣ କଳ କାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପରୁ ନୁହେଁ, ବର˚ ଯାନବାହାନ ଜନିତ ଅଙ୍ଗାରକାମ୍ଳ ନିର୍ଗମନରୁ ଆସିଥାଏ। ତେବେ ମଧୢ ଦେଶର ଅନ୍ୟାନ୍ୟ ଅନେକ ମେଟ୍ରୋ ଓ ସହର ତୁଳନାରେ ଭୁବନେଶ୍ବର ବାୟୁମଣ୍ତଳରେ ପାର୍ଟିକୁଲେଟ୍ ମ୍ୟାଟର ୧୦ ପରିମାଣ ଯଥେଷ୍ଟ କମ୍; ୧୦୦ ମାଇକ୍ରୋଗ୍ରାମ ମଧୢରେ ସୀମିତ। ୨୦୧୯ ନଭେମ୍ବରରେ ବ୍ୟୁରୋ ଅଫ୍ ଇଣ୍ତିଆନ ଷ୍ଟାଣ୍ତାର୍ଡ ଦ୍ବାରା ଭାରତୀୟ ସହରଗୁଡ଼ିକରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଉପରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ପଢ଼ିବାର ସୁଯୋଗ ମିଳିଲା। ବିଶୁଦ୍ଧ ପାନୀୟ ଜଳଯୋଗାଣ କ୍ଷେତ୍ରରେ ମୁମ୍ବାଇ ପ୍ରଥମ ସ୍ଥାନରେ ଥିଲା ବେଳେ ଭୁବନେଶ୍ବର ଓ ହାଇଦ୍ରାବାଦ ସହର ଦ୍ବିତୀୟ ସ୍ଥାନରେ ଅଛନ୍ତି। ଉଭୟ ବିଶୁଦ୍ଧ ପାନୀୟ ଜଳ ଓ ଅପେକ୍ଷାକୃତ ନିର୍ମଳ ବାୟୁ ଆମ ସହର ଭୁବନେଶ୍ବରରେ ମିଳିପାରୁଛି, ଏହା କମ୍ ଆଶ୍ବସ୍ତିକର ବିଷୟ ନୁହେଁ।
ଅନ୍ୟ ଏକ ଆଶ୍ବାସନାର ବିଷୟ ହେଉଛି, ୨୦୧୮ ମସିହା ଅଗଷ୍ଟ ମାସରେ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ୧୧୧ଟି ସହରକୁ ବିଚାରକୁ ନେଇ ପ୍ରସ୍ତୁତ କରଥିବା ଆରାମଦାୟକ ଜୀବନଧାରଣର ସାଧନ ତାଲିକାରେ ମହାରାଷ୍ଟ୍ରର ପୁନେ ସହର ପ୍ରଥମ ବିବେଚିତ ହୋଇଥିଲା ବେଳେ ଭୁବନେଶ୍ବର ଓ ବେଙ୍ଗାଲୁରୁର ସ୍ଥାନ ଯଥାକ୍ରମେ ୧୮ ଓ ୫୮। ଅର୍ଥନୀତି ଓ ରୋଜଗାର ଦୃଷ୍ଟିକୋଣରୁ ଦିଲ୍ଲୀ ସବୁଠାରୁ ଖରାପ ସହର ଏବ˚ ନିରାପତ୍ତା ଓ ସୁରକ୍ଷା ଦୃଷ୍ଟିରୁ ବେଙ୍ଗାଲୁରୁ ସବୁଠାରୁ ଖରାପ ସହର ବୋଲି ଏଥିରେ ଦର୍ଶାଯାଇଛି। ଯାହା ହେଉ ନିନ୍ଦୁକ ଯେତେ ନିନ୍ଦିଲେ ବି ମୋ ସହର ଭୁବନେଶ୍ବର ସୁଖ, ସ୍ବାଚ୍ଛନ୍ଦ୍ୟ ଭରା ତଥା ସାବଲୀଳ ଜୀବନଯାପନ ପାଇଁ ଏକ ସୁସ୍ଥ, ସାମାଜିକ, ଅର୍ଥନୈତିକ ଓ ପ୍ରାକୃତିକ ପରିବେଶ ଯୋଗାଇ ଦେଇପାରିଛି, ଏକଥା ନିଃସନ୍ଦେହରେ କୁହାଯାଇପାରେ।
‘ସ୍ମାର୍ଟ ସିଟି’ କଥା ବିଚାରକୁ ନିଆଯାଇପାରେ। ୨୦୧୬ ମସିହାରେ କରାଯାଇଥିବା ସର୍ଭେରେ, ଭୁବନେଶ୍ବର ସହର ଭାରତର ପ୍ରଥମ ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଜେନିଫର୍ ରିସର୍ଚ୍ଚ ସ˚ସ୍ଥା ଦ୍ବାରା କରାଯାଇଥିବା ସର୍ଭେରେ ମଧୢ ବିଶ୍ବର ପ୍ରଥମ ୧୯ଟି ସ୍ମାର୍ଟ ସହର ଭିତରେ ଭୁବନେଶ୍ବର ସ୍ଥାନିତ। ଭୁବନେଶ୍ବରର ଆଉ ଏକ କୃତିତ୍ବ ତଥା ସଫଳତା ମଧୢ ଏଠି ଉଲ୍ଲେଖ କରିବା ସମୀଚିନ ହେବ। ଗତ ୨୦୧୪ ମସିହାରେ ବିଶ୍ବବ୍ୟାଙ୍କ ଦ୍ବାରା ‘ବ୍ୟବସାୟ କାରବାର’ ପାଇଁ ସହଜତମ ସହର ଉପରେ କରାଯାଇଥିବା ସର୍ଭେରେ ଭୁବନେଶ୍ବର ପ୍ରଥମ ସ୍ଥାନ ହାସଲ କରିଥିଲା।
ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବର ନିଜର ୭୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଆଉ ବର୍ଷକ ପରେ ହୀରକ ଜୟନ୍ତୀ ପାଳନ କରିବ। ଏହି ଅବସରରେ ପୂର୍ବାଞ୍ଚଳ ସହରମାନଙ୍କ ଭିତରେ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଥିବା ଭୁବନେଶ୍ବର ସହର, ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
ବିଜୟ କେତନ ପଟ୍ଟନାୟକ
୫୭, ଜଗମୋହନ ନଗର, ଜାଗମରା,
ଭୁବନେଶ୍ବର-୭୫୧୦୩୦
ମୋ: ୯୪୩୭୦୦୦୯୦୪