ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା ହୋଇଥିବାର ସୂଚନା ମିଳିଛି। ଲଘୁଚାପ ବର୍ଷାରେ ଆଜି ଭୁବନେଶ୍ୱରରେ ସକାଳ ସାଢେ ୮ଟା ରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ୧୧୯ମିମି ବର୍ଷା ରେକର୍ଡ ହୋଇଛି।

ପାଣିପାଗ ବିଭାଗର ରେଡ୍ ଓ୍ବାର୍ଣ୍ଣିଂ ଅନୁସାରେ ଯଦି ରାତି ତମାମ ଭୁବନେଶ୍ୱରରେ ବର୍ଷା ଜାରି ରହେ ଏବଂ ଆଉ ମାତ୍ର ୪୪ ମିମି ଅଧିକ ବର୍ଷା ହୁଏ, ତାହେଲେ ୧୯୫୮ ମସିହା ସେପ୍ଟେମ୍ବର ମାସର ୨୪ ଘଣ୍ଟାର ବର୍ଷା ରେକର୍ଡ ଭାଙ୍ଗିବ। ସୂଚନାଯୋଗ୍ୟ, ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୧୬୩ ମିମି, ୨୦୧୪ ସେପ୍ଟେମ୍ବର ୧ ତାରିଖରେ ୧୧୬ ମିମି ଓ ୨୦୧୯ ସେପ୍ଟେମ୍ବର ୨୫ ତାରିଖରେ ୧୨୬ ମିମି ବର୍ଷା ରେକର୍ଡ ହୋଇଥିଲା।

ସମ୍ବନ୍ଧିତ ଖବର