ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଏକ କାର ଜଳିଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ନିକଟରେ ଥିବାଏକ ଦୋକାନ ମଧ୍ୟ ଜଳିଯାଇଛି।
ଶନିବାର ଦିନ ଗୋଟାଏ ସମୟରେ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ଏକ ୱାଗନର୍ କାର ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ବିରଞ୍ଚି ଭୋଇଙ୍କ ଦୋକାନ ଓ ୧୧ କେଭି ବିଦ୍ୟୁତ ଖୁଣ୍ଟ ସହିତ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୧କେଭି ବିଦ୍ୟୁତ ତାର ଛିଡ଼ି ଯିବା ସହ କାର ଓ ଦୋକାନ ଜଳି ଜାଇଥିଲା। କାର୍ରେ ଥିବା ପ୍ରସନ୍ନଜିତ ରାୟ (୪୩), ସୋପନ ସରକାର (୩୯), ସୋମରାୟ ସରକାର (୩୯) ଓ ତାଙ୍କର ୧୨ ବର୍ଷର ପୁଅ ଆହତ ଅବସ୍ଥାରେ କାର ମଧ୍ୟରୁ ବାହାରି ଆସିଥିଲେ l ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡ଼ିଓ ଲୋଚନ ଦାସ ଓ ପ୍ରକାଶ ଖଟୋଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ l ଏହି ଅଗ୍ନିକାଣ୍ଡରେ ବିରଞ୍ଚି ଭୋଇଙ୍କ କ୍ୟାବିନ, ୨ ଟି ଫ୍ରିଜ୍, ଗ୍ୟାସ୍ ଚୁଲା, ଗ୍ୟାସଖ ସିଲିଣ୍ଡର, ସିଗାରେଟ, ବିସ୍କୁଟ ଆଦି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ।ପୋଡ଼ିଯାଇଛି। ସାକ୍ଷୀଗୋପାଳରୁ ଦମକଳ ଯାଇ ନିଆଁକୁ ଆୟତ୍ତ କରିଥିଲା।