ପଦ୍ମପୁର : କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ସଟ୍ ସର୍କିଟ ଯୋଗୁଁ ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍ ଜଳିଯାଇଛି। ଏକ ଘରୋଇ ଫାଇନାନ୍ସ କମ୍ପାନିର କିଛି ଲୋକ ଏହି କାର୍ଟିକୁ ସିଜ୍ କରି ନେଇ ଯାଉଥିବାବେଳେ କାର୍ରେ ନିଆଁ ଲାଗିଯାଇଥିଲା। କାର୍ଟିକୁ ନେଇ ଯାଉଥିବା ଲୋକମାନେ ପ୍ରଥମେ ଏକ ପାଣି ଟ୍ୟାଙ୍କର ମାଧ୍ୟମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଗାଡ଼ିଟି ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିଲା।
ରାସ୍ତା ମଝିରେ ଜଳିଗଲା କାର
/sambad/media/post_attachments/wp-content/uploads/2023/03/car-burn-kenonjhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)