ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଜାରକା ସିନେମା ହଲ ନିକଟ ଡାଇଭର୍ସନରେ ଏକ କାର୍ (ଓଡ଼ି୦୫ଏଏନ୍-୧୬୬୪) ଗୁରୁବାର ବିଳମ୍ବିତ ରାତିରେ ରାସ୍ତା ପାର୍ଶ୍ବ ଲୁହାବାଡ଼ାରେ ପିଟି ହୋଇଯିବାରୁ ୨ ଗୁରୁତର ହୋଇଛନ୍ତି। କାର୍‌ରେ ଖଡ଼ଗପୁର ଅଭିମୁଖେ ଯାଉଥିବା ୫ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କାର ଚାଳକ ଓ ଜଣେ ସାଧୁଙ୍କ ଅବସ୍ଥା ଗୁରୁତର ହୋଇଛି। ଖବରପାଇ ପୁଲିସ୍‌ ଆହତମାନଙ୍କୁ ଏକ ଆମ୍ବୁଲାନ୍ସରେ ନେଇ ଧର୍ମଶାଳା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

Advertisment

ମହାରାଷ୍ଟ୍ରର ୪ଜଣ ବ୍ୟକ୍ତି ଇକୋସ୍ପୋର୍ଟ କାର୍ (ଓଡି ୦୫ଏଏନ୍–୧୬୬୪)ରେ ଗତକାଲି ରାତିପ୍ରାୟ ୧୨ଟାରେ ଖଡ଼ଗପୁର ଅଭିମୁଖେ ଯାଉଥିଲେ। ଚାଳକ ଜାରକା ସିନେମା ହଲ ନିକଟ ନିକଟରେ ରାସ୍ତା ଜାଣିନପାରି ସିଧା ଡାଇଭର୍ସନ୍ ଭାଙ୍ଗି ନିକଟରେ ଥିବା ଲୁହାବାଡ଼ାରେ କାରକୁ ପିଟି ଦେଇଥିଲେ। ଧକ୍କା ଏତେ ଜୋର ଥିଲା ଯେ କାର୍‌ଟି ଦୁଇଟି ବଡ଼ କଂକ୍ରିଟ୍ ରୋଡ଼୍ ବ୍ରେକରକୁ ପ୍ରାୟ ଶହେ ଫୁଟ ଘୋଷାରି ନେଇଥିଲା। ଗାଡ଼ିର ଆଗ ଟାୟାର ଫାଟି ଯାଇଥିବା ବେଳେ ଏଥିରେ ସୁରକ୍ଷା ବେଲୁନ୍ ଥିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।