ବୈପାରିଗୁଡା: ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ତଥା ଗାଡ଼ି ମାଲିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ସାଢ଼େ ସାତଟା ବେଳକୁ ଜୟପୁର ପିଆର୍ ପେଟାର ଆନନ୍ଦ କୁମାର ସିଂ ନିଜ (ଓଡି ୦୧- ୭୯୦୮) କାର ନେଇ କୈାଣସି କାମରେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଯାଉଥିଲେ। କିନ୍ତୁ ରାଞ୍ଚି ବିଜୟଓ୍ଡାଡା ୩୨୬ ନମ୍ବର ଜାତୀୟ ରାଜପଥର ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଟପାଯୋଡି ନିକଟରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଇନପୋର୍ଟ ଏକ୍ସପୋର୍ଟ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି।
ବୈପାରିଗୁଡା ବିଦ୍ୟୁତ ବିଭାଗର କିଛି କର୍ମଚାରୀ ନିଜ କାମ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିବା ଦେଖି ଆହତ ଆନନ୍ଦଙ୍କୁ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆନନ୍ଦଙ୍କ ଛାତିରେ ଷ୍ଟେରିଙ୍ଗ ଚାପି ହେବା ସହ ମୁହଁରେ ଆଘାତ ଲାଗିଛି। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଆନନ୍ଦଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାର ଖବର ପାଇ ବୈପାରିଗୁଡା ଥାନା ଏସ୍ଆଇ ବିଷ୍ଣୁ ପ୍ରସାଦ ଶବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।