ବୁର୍ଲା: ଆଜି ସକାଳ ସମୟରେ ହୀରାକୁଦ ଜଳଭଣ୍ଡାରର ଜିରୋ ପଏଣ୍ଟ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡ୍ୟାମ ଭିତରକୁ ପଶିଯାଇଥିବା ଦେଖାଯାଇଛି। କାର୍ରେ କୌଣସି ଯାତ୍ରୀ ନଥିବା ବେଳେ କେବଳ ଗାଡ଼ି ଚାଳକ ଥିଲେ। ଦୁର୍ଘଟଣାରେ କାର୍ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଗାଡ଼ି ଚାଳକଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଏକ ସ୍ୱିଫ୍ଟ ଡିଜାୟାର କାର୍(ଓଡି ୧୫ କ୍ୟୁ ୮୬୭୨) ଆଜି ସକାଳୁ ବୁର୍ଲାରୁ ବାହାରି ଜିରୋ ପଏଣ୍ଟ ଅଭିମୁଖେ ଯାଉଥିଲା। ତେବେ କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ଗଡ଼ାଣିରେ ଓଲଟି ଯାଇ ଡ୍ୟାମ୍ ଭିତରକୁ ପଶିଯାଇଥିଲା। ତେବେ, ଗ୍ରୀଷ୍ମଦିନ ହେତୁ, ଜଳଭଣ୍ଡାରର ସଂପୃକ୍ତ ଅଂଚଳରେ ଶୁଖିଲା ରହିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/18-11.jpg)