ଚମ୍ପୁଆ/ଯୋଡ଼ା/ଚମକପୁର: ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ନିକଟରେ ଆଜି ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ଟ୍ରକ୍ ମଧ୍ୟରେ କାର୍ ଚାପି ହୋଇଯାଇ ୬ଜଣଙ୍କ ମୃତ୍ୟୁ ଘଟିଛି। କାରଟି ସଂପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। କାର୍ରୁ ମୃତକମାନଙ୍କୁ ଉଦ୍ଧାର ପରେ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଛି। ବାଂଶପାଳ ବ୍ଲକ୍ ତରମାକାନ୍ତର ହୀରାଲାଲ ପଲେଇ ପରିବାର ସହ ବଡ଼ବିଲ ଭଦ୍ରାସାହି ଅଞ୍ଚଳରେ ରହୁଛନ୍ତି।
ଆଜି ସେମାନେ ରାତି ପ୍ରାୟ ୯ଟା ବେଳେ ଏକ କାର୍ (ଓଡି-୦୨-ଏୱାଇ-୭୮୬୦)ରେ ଭଦ୍ରାସାହିରୁ ନିଜ ଗ୍ରାମ ତରମାକାନ୍ତ ଅଭିମୁଖେ ଯାଉଥିଲେ। ରିମୁଳି ନିକଟରେ ଆଗରେ ଯାଉଥିବା ଏକ ଟ୍ରକ୍ ହଠାତ୍ ବ୍ରେକ୍ ମାରିଥିଲା। କାର୍ଟି ନିୟନ୍ତ୍ରଣ ହରାଇ ଟ୍ରକ୍ ପଛରେ ପିଟି ହୋଇଥିଲା। ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଆଉ ଏକ ଟ୍ରକ୍ କାର୍ ପଛରେ ଧକ୍କା ଦେଇଥିଲା। ଫଳରେ ଦୁଇ ଟ୍ରକ୍ ମଧ୍ୟରେ କାର୍ ଚାପି ହୋଇ ଯାଇଥିଲା। ମୃତକମାନେ ହେଲେ ହୀରାଲାଲ ପଲେଇଙ୍କ ପତ୍ନୀ ପୁଲନ୍ତି, ପୁଅ ପ୍ରମୋଦ, ସାନଝିଅ ଲୁସି, ବଡ଼ଝିଅ ସନ୍ଧ୍ୟାରାଣୀ ମହାକୁଡ଼, ଜୋଇଁ ସଞ୍ଜୟ ମହାକୁଡ଼ ଓ ୪ ବର୍ଷର ନାତୁଣୀ ପିହୁ। ଗ୍ୟାସ୍ କଟରରେ କାର୍କୁ କଟାଯାଇ ଶବ ଗୁଡ଼ିକ ବାହାର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhfhsfhhfhf.jpg)