ମମିତାଙ୍କ ଘରେ ମହିଳା କମିସନ ଅଧ୍ୟକ୍ଷା: ନ୍ୟାୟ ପ୍ରଦାନରେ ସମସ୍ତ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଲେ

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲାରେ ମହିଳା କମିସନଙ୍କ ତନାଘନା ଆରମ୍ଭ ହୋଇଛି। ଆଜି ମମିତା ମେହେରଙ୍କ ଘରେ ପହଞ୍ଚିଛନ୍ତି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା। ବଲାଙ୍ଗୀର ଜିଲ୍ଲାର ତୁରେକେଲା ଝରଣୀ ଗାଁକୁ ଯାଇ ମହିଳା କମିସନ ଅଧ୍ୟକ୍ଷା ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି।

ମିନତି ବେହେରାଙ୍କ ସମେତ ୪ଜଣିଆ ଟିମ୍ ମଧ୍ୟ ମମିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ମହିଳା କମିସନ ଅଧ୍ୟକ୍ଷା ପୁରା ଘଟଣା ସଂପର୍କରେ ଜାଣିବାକୁ ଚାହିଁଛନ୍ତି। ଏପରିକି ପୁଲିସର ତଦନ୍ତ ଠିକ୍ ଦିଗରେ ଯାଉଛି ନା ନାହିଁ ଏବଂ ପରିବାର ଲୋକ ଏଥିରେ କେତେ ସନ୍ତୁଷ୍ଟ ସେନେଇ ପଚାରି ବୁଝିଛନ୍ତି। ମମିତାଙ୍କ ବାପା ମା’ଙ୍କୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟ ପ୍ରଦାନରେ ସରକାର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ସେ ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର