ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଢେଙ୍କିକୋଟରେ ବାହୁଡ଼ା ଯାତ୍ରା ବେଳେ ଅଘଟଣ। ରଥଚକା ତଳେ ପଡ଼ି ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଛତିଆ ଗ୍ରାମର ଅଯୋଧ୍ୟା ରାୟଙ୍କ ପୁଅ ମନୋଜ ରାୟ (୧୯) ଏବଂ ଗଣ୍ଡଶିଳା ଗ୍ରାମର ଅଭିରାମ ମୁଣ୍ଡାଙ୍କ ପୁଅ ସମରାଇ ମୁଣ୍ଡା (୩୫)। ମନୋଜଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ସମରାଇଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଛି।
ଆଜି ବର୍ଷା ସତ୍ତ୍ବେ ବାହୁଡ଼ା ଯାତ୍ରାରେ ରଥ ଟାଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ରଥଟଣା ସୁରୁଖୁରୁରେ ଚାଲିଥିବା ବେଳେ ଜଗନ୍ନାଥ ମନ୍ଦିର ପହଞ୍ଚିବା ପୂର୍ବରୁ ଅଘଟଣ ଘଟିଥିଲା। ଢେଙ୍କିକୋଟ-ବାର୍ହାଟିପୁରା ରାସ୍ତାରେ ବର୍ଷା ଯୋଗୁଁ ରଥ ଟାଣୁଥିବା ମନୋଜ ଓ ସମରାଇଙ୍କ ହାତରୁ ଦଉଡ଼ି ଖସି ଯାଇଥିଲା। ଫଳରେ ସେମାନେ ରଥର ଚକ ତଳେ ପଡ଼ିଯାଇଥିଲେ। ମନୋଜଙ୍କ ଗୋଡ଼ ଉପରେ ରଥ ଚକ ଚଢ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ସମରାଇଙ୍କ କାନ୍ଧରେ ଆଘାତ ଲାଗିଛି। ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9-7.jpg)