ପୁରୀ : ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥ ଟାଣିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଜୟ ଜଗନ୍ନାଥ ଉଚ୍ଚାରଣ କରି ଭକ୍ତଙ୍କୁ ରଥଯାତ୍ରା ଅଭିନନ୍ଦନ ଜଣାଇଛନ୍ତି।
ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ମୁଖ୍ୟମନ୍ତ୍ରୀ ସିଂହଦ୍ବାର ଲଙ୍ଗୁଳି ମଠ ନିକଟରେ ପ୍ରସ୍ତୁତ ମଞ୍ଚଠାରେ ପହଞ୍ଚିବା ପରେ କିଛି ସମୟ ରଥଯାତ୍ରା ଦେଖିଥିଲେ। ସେତେବେଳକୁ ଉଭୟ ତାଳଧ୍ବଜ ଓ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇସାରିଥିଲା। ମଞ୍ଚରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ଅବସରରେ ‘ଉତ୍କଳ ପ୍ରସଙ୍ଗ’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ କରିଥିଲେ। ପରେ ନନ୍ଦିଘୋଷ ରଥ ନିକଟକୁ ଯାଇ ଆଶୀର୍ବାଦ ନେବାସହ ରଥ ଦଉଡ଼ି ଧରି ରଥ ଟାଣିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ପ୍ରମୁଖ ମଧ୍ୟ ରଥ ଟାଣିଥିଲେ।