ପୁରୀ : ରଥ ନିର୍ମାଣ ପୂର୍ବରୁ ଶନିବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ରଥକାଠ ୩ଟି ଟ୍ରକ୍ ଯୋଗେ ଆଜି ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି। ଏହି କାଠ ନୟାଗଡ଼ ବନଖଣ୍ଡ ଦଶପଲ୍ଲା ବନାଞ୍ଚଳରୁ ଆସିଛି।
ରଥ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ସର୍ବମୋଟ ୧୦୪ ଖଣ୍ଡ ରଥ କାଠରୁ ଅସନ ୩୩ ଖଣ୍ଡ ଓ ଧଉରା ୭୧ ଖଣ୍ଡ ରହିଛି। ଯେଉଁଥିରେ ୧୨ ଫୁଟିଆ ଅସନ କାଠ ୧୮ ଖଣ୍ଡ ଓ ୨୦ ଫୁଟିଆ ଅନସ କାଠ ୧୫ ଖଣ୍ଡ ରହିଛି। ସେହିଭଳି ୧୨ ଫୁଟିଆ ଧଉରା କାଠ ୪୪ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୨୭ ଖଣ୍ଡ ରହିଛି। ଏହା ପ୍ରଥମ ପର୍ଯ୍ୟାୟ ରଥ କାଠ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ବାକି ରଥ କାଠ ଆସି ପହଞ୍ଚିବ ବୋଲି ଶ୍ରୀ ମେକାପ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/ratha-katha-fff.jpg)