ହୀରାକୁଦ ଜଳ ଭଣ୍ଡାରରୁ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ହୀରାକୁଦ ଜଳ ଭଣ୍ଡାରରୁ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

Odisha News Insight

ଲଖନପୁର : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ପଣ୍ଡରି ପଞ୍ଚାୟତର ବଲଣ୍ଡା ଗାଁ’ର ଖଲିଆପାଲି ଅଞ୍ଚଳରେ ଥିବା ହୀରାକୁଦ ଜଳଭଣ୍ଡାରରେ ଭାସୁଥିବା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ଗଳିତ ଶବ ପୁଲିସ ଗୁରୁବାର ଉଦ୍ଧାର କରିଛି। ଖବର ପାଇ ଝାରସୁଗୁଡ଼ାରୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଶବର ପରୀକ୍ଷା ନିରୀକ୍ଷା କରିଥିଲେ। ମୃତ ମହିଳାଙ୍କ ବୟସ ୩୫/୪୦ ବର୍ଷ ମଧ୍ୟରେ ହେବ। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପାଇଁ ଶବକୁ ଝାରସୁଗୁଡ଼ା ସ୍ଥିତ ଶବ ଗୃହକୁ ପଠାଇ ଦିଆଯାଇଛି।

ପ୍ରକାଶଥାଉ କି ଗୁରୁବାର ସକାଳୁ ବଲଣ୍ଡା ଅଞ୍ଚଳର କିଛି ଲୋକ ଜଳଭଣ୍ଡାରେ ଶବ ଭାସୁଥିବା ଦେଖି ଥାନାକୁ ସୂଚନା ଦେଇଥିଲେ। ଏସ୍‌ଆଇ ଅନସୂୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧା‌ର କରିଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏସ୍‌ଆଇ ଅନସୂୟା ସାହୁ ଏହାର ତଦନ୍ତ କରୁଥିବା ଓ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଚାଲିଥିବା ଆଇଆଇସି ଇଗ୍ନେସ ବାର୍ଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe