ବାରିପଦା/ଚିତ୍ରଡ଼ା: ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଭାରତର ପ୍ରଧାନମନ୍ତ୍ରୀ କିଏ। ମହାମହିମ ରାଷ୍ଟ୍ରପତିଙ୍କୁ ସେ ପ୍ରଧାନମନ୍ତ୍ରୀ ବୋଲି ସମ୍ବୋଧନ କରିବା ଦୁଃଖର କଥା। ଓଡ଼ିଶାରେ ଏବେ ଭଡ଼ାଟିଆ ତାମିଲ୍ ସରକାର ଚାଲିଛି। ହେଲେ, ଏଥର ଏ ସରକାର ନିଶ୍ଚୟ ହଟିବ ଓ ବିଜେପି ସରକାର ଗଢ଼ିବ।’ ଆଜି ମୟୂରଭଞ୍ଜ ନିର୍ବାଚନୀ ସଭାରେ ସମ୍ବୋଧିତ କରି ଏହିଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଆଜି ମୟୂରଭଞ୍ଜ ଜିଲ୍ଲାର ୫ରୁ ଅଧିକ ସ୍ଥାନରେ ମାରାଥନ୍ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପ୍ରତିକୂଳ ପାଗ ପାଇଁ ଯଶିପୁର, ବାଙ୍ଗିରିପୋଷି, ସାରସକଣା ଓ ଉଦଳାରେ ପ୍ରଚାର କାର୍ଯ୍ୟକ୍ରମ ବାତିଲ୍ ହୋଇଥିବା ବେଳେ ଅପରାହ୍ନରେ ମୋରଡ଼ା ନିର୍ବାଚନମଣ୍ଡଳୀର ସାତଭାୟାଠାରେ ଅନୁଷ୍ଠିତ ଜନସଭାରେ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ।
ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ
ବର୍ଷା ଯୋଗୁ ବହୁସ୍ଥାନରେ ନିର୍ବାଚନୀ ସଭା ବାତିଲ୍
ଦାନ୍ତିଆମୁହାଁଠାରୁ ଏକ ବିଶାଳ ରାଲିରେ ତାଙ୍କୁ ସଭାମଞ୍ଚକୁ ପାଛୋଟି ଆଣିଥିଲେ ହଜାର ହଜାର କର୍ମକର୍ତ୍ତା। ପ୍ରବଳ ବର୍ଷା ସତ୍ତ୍ବେ ଉପସ୍ଥିତ କର୍ମୀଙ୍କୁ ସମ୍ବୋଧିତ କରି ସେ ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ବିଜେପି କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଓ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କା ହେବ। ଏଥିପାଇଁ ଦଳର ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଓ ମୋରଡ଼ା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ୍ ଦେଇ ଜିତାଇବାକୁ ସେ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ଜିଲ୍ଲା ସଭାପତି କାନ୍ଦ୍ରା ଏବଂ ଦଳର ବରିଷ୍ଠ କର୍ମକତ୍ତା ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ପ୍ରଧାନ ବାରିପଦା ଅଭିମୁଖେ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସେଠାରେ ପ୍ରଚାର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା। ତେବେ ବର୍ଷା ସାମାନ୍ୟ କମିବା ପରେ ରାତି ପ୍ରାୟ ସାଢ଼େ ୭ଟାରେ ସେ ବାରିପଦା ସହରରେ ଖୋଲା ଗାଡ଼ିରେ ରୋଡ୍ ସୋ’ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ssfhsfsfhsfh.jpg)