ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ଏହି ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଓ ଆବାସିକ କମିସନର ରବିକାନ୍ତ ପ୍ରମୁଖ ଆଲୋଚନା କରିଥିଲେ। ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବୃତ୍ତିଗତ, ଉଦ୍ୟୋଗ, ଗବେଷଣା, ମିସନାରି, ଇଞ୍ଜିନିୟରିଂ, ଆଇଟି ପ୍ରଭୃତି ବିଷୟର ଛାତ୍ରଛାତ୍ରୀ ରହିଥିଲେ।

ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ ପ୍ରଭୃତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ସଫଳତାର କାହାଣୀ ଶୁଣି ଗର୍ବ ଅନୁଭବ କରିଥିଲେ। ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶ ପାଇଁ ନିଜ ଉତ୍ସର୍ଗୀକୃତ ମନଭାବକୁ ଦୋହରାଇଥିଲେ। ୟୁରୋପରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଓଡ଼ିଶାରେ ଜାରି ରହିଥିବା ରୂପାନ୍ତରୀକରଣ ଅଭିଯାନ ବିଷୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ ଓ ଓଡ଼ିଶାର ବିକାଶରେ ସହଭାଗୀ ହେବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କରିଥିଲେ।

ବ୍ରିଟେନ୍‌ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରହଣ କରାଯାଇଥିବା ପଦ‌କ୍ଷେପ ସମ୍ବନ୍ଧରେ ୟୁକେ ଓଡ଼ିଆ ସଂଘ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ‌ସେଥିପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଆାଶ୍ବାସନା ଦେଇଥିଲେ। ବୃତ୍ତିଗତ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନଙ୍କ ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି କହିବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ସମ୍ବନ୍ଧିତ ଖବର