ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କ କୌଳିକ ପଣ୍ଡା ରମାକାନ୍ତ ମହାପାତ୍ରଙ୍କ ଯାତ୍ରୀଖାତାରେ ଦସ୍ତଖତ ଦେଇଛନ୍ତି। ଯାତ୍ରୀଖାତାରେ ସେ ନିଜ ଗାଁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରାଇକଳା ନାଁ ଉଲ୍ଲେଖ କରିଛନ୍ତି। ମା’ ବଲେ ମାଝୀ ଓ ବାପା ସ୍ବର୍ଗତ ଗୁଣରାମ ମାଝିଙ୍କ ନାଁ ବି ଉଲ୍ଲେଖ କରିଛନ୍ତି। କୌଳିକ ପଣ୍ଡା ଶ୍ରୀ ମହାପାତ୍ର କହିଛନ୍ତି, ସେ କେନ୍ଦୁଝର, କଳାହାଣ୍ଡି ଆଦି ଜିଲ୍ଲାର ଯାତ୍ରୀପଣ୍ଡା। ରାଜାଙ୍କର ସନନ୍ଦ ପାଇବା ପରେ ପ୍ରାୟ ଶହେ ବର୍ଷ ହେବ ଆମେ ଏହି ଜିଲ୍ଲାର ଯାତ୍ରୀଙ୍କ ଯାତ୍ରୀଚର୍ଜା କରି ଆସୁଛୁ। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଫେରିଥିଲେ। ବାଇଶିପାହାଚରେ ବସି ଫେରିଥିଲେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।