ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରୋମ୍ ଗସ୍ତ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୋମବାର ଇଟାଲିରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ୍‌ର ପିଆଜା ଗାନ୍ଧୀସ୍ଥିତ ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁ ନିକଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରୋମ୍‌ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଏବଂ ନୀତି ଦ୍ୱାରା ଅନୁପ୍ରାଣିତ। ଏଥିସହ ମୁଖ୍ୟମନ୍ତ୍ରୀ ଗାନ୍ଧୀ ମୂର୍ତ୍ତି ନିକଟରେ ରୋମର ବରିଷ୍ଠ ଅଧିକାରୀ ଓ ପ୍ରବାସୀ ଓଡିଆଙ୍କ ସହ ଫଟୋ ଉଠାଇଛନ୍ତି ।

ସୂଚନାଯୋଗ୍ୟ ଯେ ନିଜ ଶାସନ ଓ ପ୍ରଶାସନରେ ସର୍ବଦା ଗାନ୍ଧୀବାଦକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ଦେଶବ୍ୟାପୀ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମୋତ୍ସବ ପାଳନ ଲାଗି ଗଠିତ ଜାତୀୟ କମିଟିର ପ୍ରଥମ ବୈଠକରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସାମିଲ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ମହାତ୍ମାଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତ ରଖିଥିଲେ। ଏହି ବୈଠକରେ ମହାତ୍ମାଙ୍କ ବକ୍ତବ୍ୟକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶାନ୍ତି ବ୍ୟତିରେକ କୌଣସି ଅଗ୍ରଗତି ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର