ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ନିତି ଆୟୋଗର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶାର ପୂର୍ବ ଦାବିକୁ ମୁଖ୍ୟମନ୍ତ୍ରୀ ପୁନର୍ବାର ଦୋହରାଇବେ। ଏହା ସହ ରାଜ୍ୟର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରିବେ।