ଭୁବନେଶ୍ବର: ସନ୍ଧ୍ୟା ୫ଟାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।ରାଜ୍ୟରେ ଓମିକ୍ରନ୍ ଓ କରୋନା ସଂକ୍ରମଣ ନେଇ କରିବେ ସମୀକ୍ଷା। ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ରାଜ୍ୟରେ ମାତ୍ର ୫ ଦିନ ଭିତରେ ସଂକ୍ରମଣ ହାର ଦୁଇ ଗୁଣ ବଢ଼ିଯାଇଛି।୨୦୨୧ ମସିହା ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୩୬% ଥିବା ବେଳେ ୨୦୨୨ ଜାନୁଆରି ୩ରେ ବୃଦ୍ଧି ପାଇ ୦.୭୭%ରେ ପହଞ୍ଚିଛି। ୨୫ଟି ଜିଲ୍ଲାକୁ ଛୁଇଁସାରିଲାଣି କରୋନା। ୧୧ଟି ଜିଲ୍ଲାରେ ପଶିସାରିଲେଣି ଓମିକ୍ରନ୍ ଭୂତାଣୁ।
ସବୁଠାରୁ ବଡ଼ କଥା ହେଲା, ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ ହୋଇଥିଲା; ଯେଉଁଥିରୁ ୩୭ଟି ଓମିକ୍ରନ ମାମଲା ଆସିଛି। ହେଲେ ଅତିବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏବେ ସ୍ବାସ୍ଥ୍ୟ ବିଭାଗ ପାଖାପାଖି ୩୦୦ରୁ ଅଧିକ ନମୁନା ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଦେଇଛନ୍ତି, ଯାହାର ଜିନୋମ ସିକ୍ବେନ୍ସିଂ କରାଯାଉଛି । ଏହି ରିପୋର୍ଟ ଯେବ ଆସିବ, ସେବେ କରୋନାର ଏହି ନୂଆ ପ୍ରଜାତି ଓମିକ୍ରନ ଆଉ କିଛି ଅଞ୍ଚଳକୁ ଭେଦିଯାଇଥିବ ବା ଏହାର କାୟା ରାଜ୍ୟର ଅନ୍ୟ କିଛି ଅଞ୍ଚଳକୁ ବି ଛୁଇଁଯାଇଥାଇପାରେ ।
କରୋନା କ୍ଷେତ୍ରରେ ଓଡ଼ିଶା ପୁଣି ସମ୍ବେଦନଶୀଳ ସ୍ଥିତିକୁ ଗତି କରିବା ଆରମ୍ଭ କରିଛି। ଖୋର୍ଦ୍ଧା ଜିଲ୍ଲା ସ୍ଥିତି ସବୁଠାରୁ ଖରାପ । ଏହି ସ୍ଥିତି ଜାରି ରହିଲେ ଓଡ଼ିଶାରେ କୋଭିଡ୍ ଖୁବ୍ ଶୀଘ୍ର ଅଣାୟତ୍ତ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ଶେଷ ସପ୍ତାହ ସୁଦ୍ଧା ଓଡ଼ିଶାରେ ତାଲା ଠୁଙ୍କିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣି। ସେମାନେ ୟୁକ୍ତି ଦର୍ଶାଇଛନ୍ତି ଯେ ଆଜି ଦିନରେ ଓମିକ୍ରନ ଯେଉଁ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ ହୋଇଛି, ସେ ତାଲିକାରେ ଓଡ଼ିଶାର ସ୍ଥାନ ଦଶମ। ଦେଶର ବିଭିନ୍ନ ସ୍ଥାନରେ କଟକଣା ଫେରିଛି।
କେନ୍ଦ୍ର ସରକାର ଆଉ ପାଦେ ଆଗକୁ ଯାଇ ସରକାରୀ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ସ ଉପସ୍ଥାନ ରୋକ୍ ଲଗାଇଛନ୍ତି। ଏସବୁକୁ ଏବେ ଓଡ଼ିଶା ଅନୁଶୀଳନ କରିବା ଆବଶ୍ୟକ। ଚିନ୍ତାଜନକ କଥାଟି ହେଲା; ପଡ଼ୋଶୀ ପଶ୍ଚିମବଙ୍ଗକୁ କରୋନା ଗଭୀର ପ୍ରଭାବିତ କରୁଛି, ଯେଉଁଥିପାଇଁ ସେମାନେ କଟକଣା ଭିତରକୁ ଚାଲିଗଲେଣି । ଓଡ଼ିଶା-କୋଲକାତା ମଧ୍ୟରେ ହଜାର ହଜାର ଲୋକ ନିତିଦିନ ଯାତାୟତ କରୁଥିବା ପରିପ୍ରେକ୍ଷୀରେ ଏଥର ରାଜ୍ୟ ଶୀଘ୍ର ସଂକ୍ରମିତ ହେବା ସମ୍ଭାବନାକୁ ଏଡ଼ାଇ ହେବନାହିଁ।
ସନ୍ଧ୍ୟା ୫ଟାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2021/11/Naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)