ଦେବଗଡ଼: ଚିନି ଭାବି ୟୁରିଆ ସାର ଖାଇ ଜଣେ ଶିଶୁ ଅସୁସ୍ଥ ହୋଇପଡ଼ିଥିବା ଜଣାପଡିଛି। ଅସୁସ୍ଥ ଶିଶୁ ଜଣକ ହେଲା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପଡିଆନାଳୀ ଗ୍ରାମର ରମେଶ ପାତ୍ର ପୁଅ ସାହିଲ (୫)। ମିଳିଥିବା ସୂଚନାନୁଯାୟୀ ଚାଷରେ ବ୍ୟବହାର କରିବା ପାଇଁ ରମେଶ ଘରେ ୟୁରିଆ ସାର ରଖିଥିଲେ।
ମାତ୍ର ପୁଅ ସାହିଲ୍ ମଙ୍ଗଳବାର ତାକୁ ଚିନି ଭାବି ଖାଇ ଦେଇଥିଲା। ଫଳରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲା। ପରିବାର ଲୋକେ ତାକୁ ଦେବଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/11-15.jpg)