ମୋବାଇଲ ଟର୍ଚ୍ଚରେ ଦେଖା ଚାଲିଛି ପିଲାଙ୍କ ବୋର୍ଡ ପରୀକ୍ଷା ଉତ୍ତର ଖାତା

୨ୟ ପର୍ଯ୍ୟାୟ ଉତ୍ତର ଖାତା ଦେଖାରେ ବି କୁନ୍ଥୁ କୁନ୍ଥୁ 

ନବରଙ୍ଗପୁର: ପିଲାଙ୍କ ପରୀକ୍ଷାର ଉତ୍ତର ଖାତା ଦେଖା ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟ୍ ରେ। ତାହା ବି କୌଣସି ପ୍ରାଥମିକ କିମ୍ବା ଉଚ୍ଚ ବିଦ୍ୟାଳୟର ଉତ୍ତର ଖାତା ନୁହେଁ। ତାହା ଦେଖା ଚାଲିଛି ଯୁକ୍ତ ୨ କଳା ବିଭାଗର ବୋର୍ଡ ପରୀକ୍ଷା ଏବଂ ଯୁକ୍ତ ୩ ର ୫ମ ସେମିଷ୍ଟାର ଉତ୍ତର ଖାତା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପିଲାଙ୍କ ପରୀକ୍ଷା ଖାତା ର ଦ୍ଵିତୀୟ ପର୍ଯ୍ୟାୟ ରେ ମୂଲ୍ୟାଙ୍କନ କରାଯାଉଥିବା ବେଳେ ଯୁକ୍ତ ୩ ପଞ୍ଚମ ବର୍ଷ ଖାତା ର ମୂଲ୍ୟାଙ୍କନ ଚାଲିଛି l ଆଜି ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ର ପ୍ରଥମ ଦିନରେ ମାତ୍ତୃଭାଷା ଓଡିଆ  ଓ ଅର୍ଥନୀତି  ଖାତା ଦେଖା ଚାଲିଛି l ତେବେ ମୋବାଇଲ ଟର୍ଚ୍ଚ ରେ ଉତ୍ତର ଦେଖା କେତେ ଦୂର ସମଚିନ ତାହାକୁ ନେଇ ଏବେ ବିଭିନ୍ନ ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି ହେବାରେ ଲାଗିଛି। ଯୁକ୍ତ ୨ କଳା ର ପ୍ରଥମ ପର୍ଯ୍ୟାୟ ଉତ୍ତର ଖାତା ଦେଖିବା ବେଳେ ପ୍ରାୟ ୫୫ ପ୍ରତିଶତ ଅଧ୍ୟାପକ ଓ ଅଧ୍ୟାପିକା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସାରା ରାଜ୍ୟ ରେ ଏପରି ଉତ୍ତର ଖାତା ଦେଖାରେ ଅନୁପସ୍ଥିତ ଥିବା ନେଇ ଖୋଦ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଥିଲେ। ତଥାପି କାହାର ତିଳେ ମଧ୍ୟ ଖାତିର ନଥିବା ନେଇ ଅଭିଯୋଗ ହୋଇଛି। କାରଣ  ଯୁକ୍ତ ୨ କଳା ର ୨ୟ ପର୍ଯ୍ୟାୟ ଉତ୍ତର ଖାତା ଗତ କାଲି ଠାରୁ ଆରମ୍ଭ ହୋଇଛି।  ଯେଉଁଠି ୩୨ଜଣ ଅଧ୍ୟାପକ ଓ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଥିବା ବେଳେ  ଆଜି  ସୁଦ୍ଧା ୧୫ ଜଣ ଅଧ୍ୟାପକ ମୂଲ୍ୟାଙ୍କନ ରେ ଯୋଗଦେଇଛନ୍ତି। ଆଜି ନବରଙ୍ଗପୁର ସହର ରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଲାଗିରହିଥିଲା। ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲଗାଇ ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି l ବିଦ୍ୟୁତ୍ ଯିବା ପରେ କିଛି ଶିକ୍ଷକ ବାହାରେ ଟେବୁଲ୍ ପକାଇ ଖାତା ଦେଖିବାକୁ ମିଳିଥିଲା।

ମୂଲ୍ୟାଙ୍କନ କୋଠରୀ ରେ ଲାଇଟ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପ୍ରକାଶ ଥାଉକି ଆକାଶ ରେ ମେଘ ବର୍ଷା ଆସିବା କ୍ଷଣି ନବରଙ୍ଗପୁର ସହର ରେ ବିଦ୍ୟୁତ୍ ସରାବରୋହ ରେ ବ୍ୟାଘାତ ଦେଖାଦେଉଛି। ଏପରି ବିଦ୍ୟୁତ୍ ବିଭ୍ରାଟ ନବରଙ୍ଗପୁର  ସହର ରେ କିଛି ନୁଆ କଥା ନୁହେଁ। ଆଜି ନବରଙ୍ଗପୁର ସହର ରେ ମୌସୁମି ପ୍ରଭାବ ରେ ପ୍ରବଳ ମାତ୍ରା ରେ ବର୍ଷା ହୋଇଥିଲା। ଯାହା ଫଳରେ ଦିର୍ଘ ସମୟ ଧରି ବିଦ୍ୟୁତ୍ ସରାବରୋହ ବନ୍ଦ ରହିଥିଲା। ଏପଟେ କଲେଜ ରେ ବି ବିଦ୍ୟୁତ୍ ବିଭ୍ରାଟ ଲାଗିରହିଛି।

ଏ ନେଇ କଲେଜର ଅଧ୍ୟକ୍ଷ ଭାଷ୍କର ନାଥ ବିଶ୍ବାଳଙ୍କ ସହ ଯୋଗାଯୋଗ କରିବାରୁ ଗତ ୮ ଦିନ ପୂର୍ବେ ଗଛ ପଡିବା ଯୋଗୁଁ ୩ ଟି ବିଦ୍ୟୁତ୍ ପୋଲ ଭାଙ୍ଗିଯାଇଛି। ଏ ନଇେ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ ମଧ୍ୟ ବିଦ୍ୟୁତ୍ ପୋଲ ନଥିବା ଦର୍ଶାଇ ପୁନରୁଦ୍ଧାର ହୋଇପାରୁ ନାହିଁ। କଲେଜ ନିଜ ଆଡୁ ଉଦ୍ୟମ କରି ସମସ୍ତ କୋଠାକୁ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରିଛି। ଏପଟେ ଆଜି ଗୋଟିଏ ଦିନରେ ଯୁକ୍ତ ୩ ର ପ୍ରଥମ ଶ୍ରେଣୀର ପରୀକ୍ଷା ଆରମ୍ଭ ହେଲା। ଏପଟେ ଅନ୍ୟ ଶେଣୀର କ୍ଲାସ ଚାଲିଛି। ଅନ୍ୟ ଦିଗରେ ଯୁକ୍ତ ୨ ଓ ଯୁକ୍ତ ୩ ର ୫ମ ଶ୍ରେଣୀ ପରୀକ୍ଷା ଚାଲିଛି। ଗୋଟିଏ ଥରେ ବିଦ୍ୟୁତ୍ ବିଭ୍ରାଟ ହେଲେ ସମସ୍ତ କକ୍ଷକୁ ଇନଭେଟର କନେକ୍ସନ୍ ଦେବା ସମ୍ଭବ ପର ହୋଇପାରୁ ନାହିଁ। ତଥାପି ଏହାର ସୁଧାର ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର