ସମ୍ବଲପୁର: ସମ୍ବଲପୁରୀ ଶାଢ଼ି ଓ ପୋଷାକ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି। ପୂର୍ବରୁ ଉଷା ପାଢ଼ୀ, ମୃଣାଳିନୀ ଦର୍ସୱାଲ୍ଙ୍କ ଭଳି ବରିଷ୍ଠ ଅଧିକାରୀମାନେ ସମ୍ବଲପୁରୀ ଶାଢ଼ି ପିନ୍ଧୁଥିବା ଦେଖିବାକୁ ମିଳୁଥିଲା। ଏବେ ନୂଆ ପିଢ଼ିର ଆଇଏଏସ୍ ଅଧିକାରୀ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପ୍ରମୁଖ ଏହି ହସ୍ତତନ୍ତ ପ୍ରତି ନିଜ ଆଗ୍ରହ ଦେଖାଇଛନ୍ତି। ସମ୍ବଲପୁରୀ ଶାଢ଼ି ନିଜେ ପିନ୍ଧିବା ସହ ଅନ୍ୟମାନେ କେମିତି ଏହାକୁ ପିନ୍ଧିବେ, ସେ ଦିଗରେ ଉତ୍ସାହିତ କରିଛନ୍ତି।
ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଟ୍ବିଟ୍ କରି ଜିଲ୍ଲାପାଳ ଶ୍ରୀମତୀ ଦାସ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ବୁଣାକାରମାନେ ୬ ଗଜର ଶାଢ଼ିରେ ଯେଉଁ ଚମତ୍କାର କାମ କରୁଛନ୍ତି ତାହା ପ୍ରଶଂସାଯୋଗ୍ୟ। ଶାଢ଼ିଗୁଡ଼ିକ ମଧ୍ୟରେ ସମ୍ବଲପୁରୀ ପାଟ, ମାଣିଆବନ୍ଧର ସୂତା, କୋରାପୁଟ କୋଟପାଡ଼ର ସୂତା ଓ କନ୍ଧମାଳ କପଡ଼ଗଣ୍ଡର ସୂତା ଶାଢ଼ି ତାଙ୍କର ଅତ୍ୟନ୍ତ ପ୍ରିୟ ପରିଧାନ। ଏଥିସହ ଏହି ୪ ପ୍ରକାର ଶାଢ଼ି ପିନ୍ଧି ସେ ନିଜର ଫଟୋ ଅପଲୋଡ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/g65465dg4j6g5d4j65gjddgjjg.jpg)