ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସରୋଜକାନ୍ତ ନାଏକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନା ଅନୁସାରେ, ଏହି ବ୍ଲକ୍ ଅନ୍ତର୍ଗତ ଗୌଡ଼ପାନପାଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁନିତା ରୋହିଦାସଙ୍କ ପ୍ରସୂତିକାଳୀନ ଛୁଟି ସମୟର ଦରମା ମଞ୍ଜୁର କରି ଦେବାକୁ ଅଭିଯୁକ୍ତ କିରାଣି ଶ୍ରୀନାଏକ ୫ ହଜାର ଟଙ୍କା ଦାବି କରିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଏ ନେଇ ରାଉରକେଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଦିନ କେସ୍ ନମ୍ବର ୪/୨୩ରେ ଏକ ମାମଲା ଦାୟର ହୋଇଥିଲା। ଆଜି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ରସାୟନବୋଳା ଟଙ୍କାନେଇ କିରାଣିଙ୍କୁ ଦେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ କିରାଣି ଶ୍ରୀ ନାଏକଙ୍କ କିର୍ମିରା ଘର ଓ ସରବହାଲସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି।
୫ ହଜାର ଲାଞ୍ଚ ନେଇ କିରାଣି ଗିରଫ
/sambad/media/post_attachments/wp-content/uploads/2023/02/654gd65ggggjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)