ଭୁବନେଶ୍ୱର: କମିସନରେଟ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଭୁବନେଶ୍ୱର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆୟୋଜିତ ଏହି ଉତ୍ସବରେ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମାଜ ତଥା ଦେଶ ଗଠନ ପାଇଁ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୁଲିସ କମିସନର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଚଳିତ ବର୍ଷ ୩୭୭ ଜଣ ପୁଲିସ ଅଧିକାରୀ ସହିଦ ହୋଇଥିବା ବେଳେ କରୋନା କାଳରେ ମଧ୍ୟ ୨୨ ଜଣ ପୁଲିସ ସହିଦ ହୋଇଛନ୍ତି। ରାଜ୍ୟ ତଥା ଦେଶର ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ସର୍ବଦା ନିଜ ଜୀବନକୁ ବାଜି ଲଗାଇଥାନ୍ତି। ନିଜର କର୍ତ୍ତବ୍ୟ ନିଷ୍ଠା ଓ ପରାକାଷ୍ଠା ଦେଖାଇ ଅନେକ ପୁଲିସ କର୍ମଚାରୀ ଆତ୍ମବଳି ଦେଇଛନ୍ତି।
ଏହି ଅବସରରେ ପୁଲିସ କମିସନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ପୁଲିସ କର୍ମଚାରୀ ଏବଂ ସେମାନଙ୍କ ବଳିଦାନ ସମ୍ପର୍କରେ ଦେଇଥିବା ବାର୍ତ୍ତା ପାଠ କରିଥିଲେ।
ସମାଜ ତଥା ଦେଶ ଗଠନ ପାଇଁ ପୁଲିସର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ: ପୁଲିସ କମିସନର
କମିସନରେଟ ପୁଲିସ ପକ୍ଷରୁ ୬୨ତମ ପୁଲିସ ସହିଦ ଦିବସ ପାଳିତ
/sambad/media/post_attachments/wp-content/uploads/2021/10/95789dc2-fa6d-4e32-93b0-6a439dd87480.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)