ଦେବଗଡ଼ : ମୌସୁମୀ ପ୍ରଭାବରେ ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା। ​ଏହା ଦ୍ବାରା ଦେବଗଡ଼ ମୁଖ୍ୟ ଡାକଘର ଅବସ୍ଥା ବେହାଲ​ ହୋଇପଡ଼ିଛି। ଛାତର ବିଭିନ୍ନ ସ୍ଥାନରୁ ଫାଟ ଦେଇ ପାଣି ଗଳୁଥିବା ବେଳେ ଭିତରେ କର୍ମଚାରୀମାନେ ପଲିଥିନ୍ ବାନ୍ଧି କାମ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଡାକ ଘରକୁ ସ୍ପିଡ୍ପୋଷ୍ଟ, ଆଧାର କାର୍ଡ ଅପ୍ଡେଟ୍, ଟଙ୍କା ଜମା ଓ ଉଠାଣ ପାଇଁ ଆସୁଥିବା ଉପଭୋକ୍ତାମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/06/deogarg-post-office-750x430.jpg)
ପ୍ରତ୍ୟେକ ବର୍ଷା ବର୍ଷା ଋତୁରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି କାର୍ଯ୍ୟରତ ଡାକ କର୍ମଚାରୀମାନେ କହିଛନ୍ତ। ଅନେକ ଥର ମୁଖ୍ୟ ଡାକ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଦୃଷ୍ଟି ଆକର୍ଷଣ ସତ୍ତ୍ବେ ମରାମତି କରାଯାଉ ନାହିଁ ବୋଲି ଅଭିଯୋଗ କରିବା ସହ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଡାକ ଘରେ ପାଣି ଗଳିବା ଦ୍ବାରା ଜରୁରୀ କାଗଜପତ୍ର ଓ କମ୍ପ୍ୟୁଟର୍ ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ସବୁ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/deogarh-postoffice-22.jpg)