ଭୁବନେଶ୍ବର: କଟକ ବଡ଼ମେଡିକାଳରେ ଲାଗିରହିଥିବା ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ବିବାଦ ତୁଟିଛି। ଏହାପରେ ଆସନ୍ତାକାଲି (ଜୁଲାଇ ୧୮ ତାରିଖ) ଠାରୁ ରୋଗୀ ସେବା ସ୍ୱାଭାବିକ ହେବ ବୋଲି କୁହାଯାଇଛି। ବିବାଦ ଆଗକୁ ବଢିବା ଆଗରୁ ଆଜି ଏସସିବି କର୍ତ୍ତୃପକ୍ଷ ଓ କଟକ ମହାନଗର ନିଗମ (ସିଏମସି) କମିସନରଙ୍କ ମଧ୍ୟରେ ଆଲୋଚନା କରାଯାଇ ବିବାଦର ପୂର୍ଣ୍ଣଛେଦ ପକାଯାଇଛି। ଏହି ଆଲୋଚନାରେ ନର୍ସିଂ ସଂଘ ଓ ହାଉସ ସର୍ଜନ ସଂଘ ମଧ୍ୟ ସାମିଲ ଥିଲେ।
ବୈଠକ ପରେ ତୁଟିଲା ବିବାଦ: ଆସନ୍ତାକାଲି ଠାରୁ ଏସସିବିରେ ରୋଗୀ ସେବା ହେବ ସ୍ୱାଭାବିକ
/sambad/media/post_attachments/wp-content/uploads/2023/05/SCB-Medical.jpg)