ଭୁବନେଶ୍ବର: ପ୍ରତିହିଂସା ପରାୟଣ ରାଜନୀତି ପ୍ରତିବାଦରେ ଆସନ୍ତା ୨୧ ଓ ୨୨ ତାରିଖ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ। ୨୧ ତାରିଖରେ କଂଗ୍ରେସ ଭବନରୁ ଇଡ଼ି କାର୍ଯ୍ୟାଳୟରେ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଛି। ୨୨ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପାଇଁ ନିଷ୍ପତ୍ତି ହୋଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
ପିସିସି ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ବିରୋଧୀଙ୍କ ସ୍ୱର ଚପାଇ ଦେବାକୁ ସିବିଆଇ, ଇଡି ଓ ଆଇଟି ଭଳି ସଂସ୍ଥାମାନଙ୍କୁ ଲଗାଇ ନିର୍ଯାତନା ଦେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇଡିର ଡାକରା ଦମନ ରାଜନୀତିର ସଦ୍ୟତମ ଉଦାହରଣ। ଆସନ୍ତା ୨୧ ତାରିଖରେ ଶ୍ରୀମତୀ ଗାନ୍ଧୀ ଇଡିରେ ହାଜର ହେବାକୁ ନିଷ୍ପତି ନେଇଛନ୍ତି। କଂଗ୍ରେସ ଏହି ହିଟଲରୀ ଶାସନକୁ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆସନ୍ତା ୨୧ ଓ ୨୨ ତାରିଖ ୨ ଦିନ ଧରି ଆନ୍ଦୋଳନରେ ରାଜ୍ୟର ସମସ୍ତ କୃଷକ, ଶ୍ରମିକ, ବୃଦ୍ଧିଜୀବୀ, ଛାତ୍ର, ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/congress-2.jpg)